ଚିଲିକାରୁ ୩୩୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ କୃଷ୍ଣପ୍ରସାଦ ତହସିଲ ଅଧିନ ଚିଲିକାରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ତହସିଲ ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବେଆଇନ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ବୁଧବାର ସାହାବାଜପୁର, ବୁଦ୍ଧିବର, ଡିଆଁକୁଦା, ତାଳତଳା ବାହାର ଅଞ୍ଚଳରୁ ୩୩୦ ଏକର ଚିଲିକାରେ ହୋଇଥିବା ମାଟି ବନ୍ଧ ଓ ଜାଲ ଘେରିକୁ ପ୍ରଶାସନ ଉଚ୍ଛେଦ କରିଛି । ଘେରୀ ଉଚ୍ଛେଦରେ ବ୍ୟବହୃତ ସାମଗ୍ରୀ ଜାଲ, କିଳା, ବାଉଁଶ […]

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ କୃଷ୍ଣପ୍ରସାଦ ତହସିଲ ଅଧିନ ଚିଲିକାରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ତହସିଲ ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବେଆଇନ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ବୁଧବାର ସାହାବାଜପୁର, ବୁଦ୍ଧିବର, ଡିଆଁକୁଦା, ତାଳତଳା ବାହାର ଅଞ୍ଚଳରୁ ୩୩୦ ଏକର ଚିଲିକାରେ ହୋଇଥିବା ମାଟି ବନ୍ଧ ଓ ଜାଲ ଘେରିକୁ ପ୍ରଶାସନ ଉଚ୍ଛେଦ କରିଛି । ଘେରୀ ଉଚ୍ଛେଦରେ ବ୍ୟବହୃତ ସାମଗ୍ରୀ ଜାଲ, କିଳା, ବାଉଁଶ ଆଦିକୁ ନିଆଁ ଲଗାଇ ନଷ୍ଟ କରାଯାଇଛି । ଏହି ଉଚ୍ଛେଦରେ କୃଷ୍ଣପ୍ରସାଦ ତହସିଲଦାର ବିକାଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବର୍ଜ ଜେସିବ ମେସିନ ସହିତ ୩୦ ଜଣ ଶ୍ରମିକଙ୍କୁ ନେଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଶାନ୍ତି ଶୃଙ୍ଖଳା ଲାଗି କୃଷ୍ଣପ୍ରସାଦ ପୋଲିସ ଉପଖଣ୍ଡ ଅଧିକାରୀ ଭାବଗ୍ରାହୀ ରାଉତଙ୍କ ନେତୃତ୍ୱରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ନିରୀକ୍ଷକ ଫତେପୁର ପ୍ରତୀକ ପଣ୍ଡା, କୃଷ୍ଣପ୍ରସାଦ ଥାନା ଏଏସଆଇ କୃତ୍ତିବାସ ବେହେରା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଜିପିଏସ ଅପରେଟର ତଥା ଫିସେରି ଏକ୍ସପୋଟର ଶୈବାଳ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ । ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ କରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ତହସିଲଦାର ବିକାଶ ସେଠୀ ପ୍ରକାଶ କରିଛନ୍ତି ।

About The Author: The Sakala