ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଚିଲିକା ମଝିରେ ନିଆରା ଢଙ୍ଗରେ ପାଳିତ ହୋଇଛି ଗାନ୍ଧୀ ଜୟନ୍ତୀ। ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଓ ସ୍ୱଚ୍ଛତାର ବାର୍ତ୍ତାକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
୨ ଅକ୍ଟୋବର ୧୮୬୯ରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଅହିଂସା ନୀତି, ସତ୍ୟ ଓ ସ୍ୱଚ୍ଛତାର ବାର୍ତ୍ତା ସାରା ବିଶ୍ୱରେ ପ୍ରଭାବ ପକାଇଥିଲା। ଦେଶ ପାଇଁ ତାଙ୍କର ଅବଦାନ ଓ ତ୍ୟାଗ ଯୋଗୁଁ ତାଙ୍କୁ ‘ମହାତ୍ମା’ ଭାବେ ସମ୍ମାନିତ କରାଯାଇଥିଲା।ଗାନ୍ଧୀଜୀଙ୍କ ଅହିଂସା ଓ ସ୍ୱଚ୍ଛତାର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଚିଲିକା ନୂଆପଡ଼ାସ୍ଥିତ ‘ଅର୍କୁସା ଆଇଟି କମ୍ପ୍ୟୁଟର ସେଣ୍ଟର’ର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଏହି ଛାତ୍ରଛାତ୍ରୀମାନେ ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ୍ (OKCL) ଅଧୀନରେ ଓଡ଼ିଶା ଷ୍ଟେଟ୍ ସାର୍ଟିଫିକେଟ୍ ଇନ୍ ଇନଫର୍ମେସନ୍ ଟେକ୍ନୋଲୋଜି (OS-CIT) କୋର୍ସ କରୁଛନ୍ତି।ଗାନ୍ଧୀ ଜୟନ୍ତୀ ଅବସରରେ ଛାତ୍ରଛାତ୍ରୀମାନେ ଚିଲିକା ମଝିରେ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସମୁଦ୍ରକୂଳ ଓ ଆଖପାଖ ଅଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସଫେଇ କାର୍ଯ୍ୟ ମଧ୍ୟ କରିଥିଲେ।ଅହିଂସାର ବାର୍ତ୍ତା ପ୍ରଚାର କରିବା ସହ ଦେଶକୁ ସ୍ୱଚ୍ଛ ରଖିବା ଏହି ଛାତ୍ରଛାତ୍ରୀମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଭଳି ପ୍ରୟାସ ଯୁବପିଢ଼ିଙ୍କୁ ସାମାଜିକ ଦାୟିତ୍ୱବୋଧ ଓ ଦେଶସେବାର ଭାବନା ସହିତ ଆଗକୁ ବଢ଼ିବାରେ ସହାୟକ ହେବ।