ଆରମ୍ଭ ହେଲା ମହାପ୍ରଭୁଙ୍କ ପହଣ୍ଡି

ପୁରୀ: ଝୁଲି ଆସୁଛନ୍ତି ମହାବାହୁ। ପୂର୍ବରୁ ସୁଦର୍ଶନ ମହାପ୍ରଭୁ, ପରେ ପ୍ରଭୁ ବଳଭଦ୍ର ଏବଂ ମା’ ସୁଭଦ୍ରାଙ୍କ ପହଣ୍ଡି ବିଜେ ହୋଇସାରିଛି। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ସରିବ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ଅନ୍ୟପକ୍ଷେ ବିଶ୍ୱନିୟନ୍ତାଙ୍କ ରଥଯାତ୍ରାରେ ସାମିଲ ହେବାକୁ ଗୁରୁବାରଠାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ହୋଇଛି।

About The Author: The Sakala