ପବିତ୍ର ଗଜାନନଙ୍କ ପୂଜାରେ ପୁର ପଲ୍ଲୀ ଉତ୍ସବ ମୁଖର

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍ଥାନରେ ବିଘ୍ନରାଜ ଗଣେଶଙ୍କ ପୂଜା ପାଳିତ ହୋଇଛି। କରୋନା ମହାମାରୀ ଯୋଗୁଁ ସରକାରୀ କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବରରେ ପୂଜା ହୋଇଛି। ବିଦ୍ଯାଳୟମାନଙ୍କରେ ଶିକ୍ଷାର୍ଥୀ, ଅଭିଭାବାକ, ପରିଚାଳକ କମିଟି ସଭ୍ଯ ଏବଂ କିଛି ଜାଗାରେ କେବଳ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଗଣେଶଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ସମ୍ପୃକ୍ତ ବ୍ଲକର ସିଆଣ୍ଡି ଗ୍ରାମପଞ୍ଚାୟତ ଅଧିନସ୍ଥ ଓରାଗ୍ରାମ କିଷାନ ସେବା ଯୁବ ସଙ୍ଗଠନ, ଅଣୁଆ ବିନାୟକ କ୍ଲବ, ଗୋପାଳପୁର ନେତାଜୀ କ୍ଲବ […]

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍ଥାନରେ ବିଘ୍ନରାଜ ଗଣେଶଙ୍କ ପୂଜା ପାଳିତ ହୋଇଛି। କରୋନା ମହାମାରୀ ଯୋଗୁଁ ସରକାରୀ କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବରରେ ପୂଜା ହୋଇଛି। ବିଦ୍ଯାଳୟମାନଙ୍କରେ ଶିକ୍ଷାର୍ଥୀ, ଅଭିଭାବାକ, ପରିଚାଳକ କମିଟି ସଭ୍ଯ ଏବଂ କିଛି ଜାଗାରେ କେବଳ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଗଣେଶଙ୍କୁ ପୂଜାର୍ଚ୍ଚନା କରିଛନ୍ତି।

ସମ୍ପୃକ୍ତ ବ୍ଲକର ସିଆଣ୍ଡି ଗ୍ରାମପଞ୍ଚାୟତ ଅଧିନସ୍ଥ ଓରାଗ୍ରାମ କିଷାନ ସେବା ଯୁବ ସଙ୍ଗଠନ, ଅଣୁଆ ବିନାୟକ କ୍ଲବ, ଗୋପାଳପୁର ନେତାଜୀ କ୍ଲବ , ରତାମାଟି ମହାବୀର କ୍ଲବ, ମୋରଡା, ମାଲୁଦ ରାଜାବଜାର, ଆଜାଦହିନ୍ଦ କ୍ଲବ ପ୍ରଭୃତି ପ୍ରାୟ ସମସ୍ତ ଗ୍ରାମର ଯୁବ ସଙ୍ଗଠନ ଗୁଡିକରେ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।

ବିଦ୍ଯାଳୟରେ ଶିକ୍ଷାର୍ଥୀଙ୍କୁ ପୂଜାରେ ଯୋଗଦେବା ପାଇଁ ବାରଣ ହୋଇଥିବାରୁ କିଛି ସ୍ଥାନରେ ଶିକ୍ଷାର୍ଥୀମାନେ ମିଶି ପୂଜା କରିଥିବା ଦେଖିବାକୁ ମିଳିଛି।

About The Author: The Sakala