ସରିଲା ନୀଳାଦ୍ରିବିଜେ, ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ରତ୍ନବେଦୀକୁ ଫେରି ଗଲେ ମହାପ୍ରଭୁ

ପୁରୀ: ସରିଲା ମହାପ୍ରଭୁଙ୍କ ରଥଯାତ୍ରା। ସବୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିଛନ୍ତି ଶ୍ରୀଜିଉ। ଆଜି ଥିଲା ମହାପ୍ରଭୁଙ୍କର ନୀଳାଦ୍ରିବିଜେ। ରଥ ଉପରେ ରସଗୋଲା ଭୋଗ ସରିବା ପରେ ଆରମ୍ଭ ହୋଇଥିଲା ନୀଳାଦ୍ରି ବିଜେ ନୀତିକାନ୍ତି। ତେବେ ନୀଳାଦ୍ରି ବିଜେରେ ହୁଏ ଗୋଟି ପହଣ୍ଡି। ଗୋଟି ଗୋଟି କରି ଶ୍ରୀଜିଉ ଯାଆନ୍ତି ନୀଳକନ୍ଦରକୁ। ପ୍ରଥମେ ଭଗବାନ ସୁଦରର୍ଶଙ୍କୁ ପହଣ୍ଡି କରି ମନ୍ଦିର ମଧ୍ୟକୁ ନିଆଯାଇଥିଲା। ସୁଦର୍ଶନଙ୍କ ପରେ ବଡ଼ ଭାଇ ବଳଭଦ୍ରଙ୍କୁ ପହଣ୍ଡି କରାଯାଇଥିଲା। ବଡ଼ ଠାକୁର ମନ୍ଦିର […]

ପୁରୀ: ସରିଲା ମହାପ୍ରଭୁଙ୍କ ରଥଯାତ୍ରା। ସବୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିଛନ୍ତି ଶ୍ରୀଜିଉ। ଆଜି ଥିଲା ମହାପ୍ରଭୁଙ୍କର ନୀଳାଦ୍ରିବିଜେ। ରଥ ଉପରେ ରସଗୋଲା ଭୋଗ ସରିବା ପରେ ଆରମ୍ଭ ହୋଇଥିଲା ନୀଳାଦ୍ରି ବିଜେ ନୀତିକାନ୍ତି। ତେବେ ନୀଳାଦ୍ରି ବିଜେରେ ହୁଏ ଗୋଟି ପହଣ୍ଡି। ଗୋଟି ଗୋଟି କରି ଶ୍ରୀଜିଉ ଯାଆନ୍ତି ନୀଳକନ୍ଦରକୁ।

ପ୍ରଥମେ ଭଗବାନ ସୁଦରର୍ଶଙ୍କୁ ପହଣ୍ଡି କରି ମନ୍ଦିର ମଧ୍ୟକୁ ନିଆଯାଇଥିଲା। ସୁଦର୍ଶନଙ୍କ ପରେ ବଡ଼ ଭାଇ ବଳଭଦ୍ରଙ୍କୁ ପହଣ୍ଡି କରାଯାଇଥିଲା। ବଡ଼ ଠାକୁର ମନ୍ଦିର ଭିତରକୁ ଗଲାପରେ ସୁନା ଭଉଣୀ ସୁଭଦ୍ରାଙ୍କୁ ରତ୍ନବେଦୀକୁ ନିଆଯାଇଥିଲା। ସବୁଠାରୁ ଶେଷରେ ଟାହିଆ ହଲାଇ ଦୋହଲି ଦୋହଲି ହାତରେ ରସଗୋଲା ମିଠା ନେଇ ଆସିଥିଲେ କାଳିଆ ଠାକୁର। କିନ୍ତୁ ରତ୍ନବେଦୀକୁ ଦେଢ଼ଶୁର ଏବଂ ନଣନ୍ଦ ଗଲାପରେ ମା’ ଲକ୍ଷ୍ମୀ ସାଆନ୍ତାଣିଙ୍କ ହାବୁଡ଼ରେ ପଡ଼ିଲେ ମହାପ୍ରଭୁ।

ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ବୁଲିବାକୁ ଯାଇଥିଲେ ବୋଲି ରାଗରେ ପଞ୍ଚମ ହୋଇ ବାଟ ଜଗିଥିଲେ ମା’ ଲକ୍ଷ୍ମୀ। ଏହା ପରେ ସାଙ୍ଗରେ ଆଣିଥିବା ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ ମହାପ୍ରଭୁ। ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ହେବା ପରେ ରତ୍ନବେଦୀକୁ ସାଙ୍ଗ ହୋଇ ଯାଇଥିଲେ କାଳିଆ ସାଆନ୍ତ ଏବଂ ଲକ୍ଷ୍ମୀ ସାଆନ୍ତାଣି।

About The Author: The Sakala