ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପୁରୀ : ଶନିବାର ପବିତ୍ର ସ୍ନାନଯାତ୍ରା। ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଏବଂ ହାତୀବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ ତାହାର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ଶୁକ୍ରବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ପୁରୀ ଆସି ଶ୍ରୀମନ୍ଦିରକୁ ଯାଇ ସବୁ ବ୍ୟବସ୍ଥାର […]

ପୁରୀ : ଶନିବାର ପବିତ୍ର ସ୍ନାନଯାତ୍ରା। ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଏବଂ ହାତୀବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ ତାହାର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।

ଶୁକ୍ରବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ପୁରୀ ଆସି ଶ୍ରୀମନ୍ଦିରକୁ ଯାଇ ସବୁ ବ୍ୟବସ୍ଥାର ତଦାରଖ କରିଛନ୍ତି। ସ୍ନାନମଣ୍ଡପ ଉପରକୁ ଯାଇ ବୁଲି ଦେଖିଛନ୍ତି। ଏହି ଅବସରରେ ମୁଖ୍ୟ ପ୍ରଶାସକ ଶ୍ରୀ ଜେନା କହିଛନ୍ତି, ଶୃଙ୍ଖଳିତ ସ୍ନାନଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ହୋଇଛି। ସ୍ନାନପୂର୍ଣ୍ଣିମାଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ନୀତିକାନ୍ତି ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ସରକାରଙ୍କ ପକ୍ଷରୁ ୭ ଜଣ ଅଭିଜ୍ଞ ଅଧିକାରୀ ଦାୟିତ୍ୱରେ ଅଛନ୍ତି। ନୀତିକାନ୍ତି ସୂଚାରୁ ରୂପେ କିଭଳି ହେବ ସେ ନେଇ ସେବାୟତଙ୍କ ସହ ଉତ୍ତମ ସମନ୍ୱୟ ରହିଛି। ପ୍ରବଳ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ସ୍ନାନ ପୂର୍ଣ୍ଣିମା ସୁରୁଖୁରୁରେ ସମ୍ପାଦନ ହେବ ବୋଲି ଆଶା ରଖିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ।

About The Author: The Sakala