ପୁରୀ: ଏଣିକି ଶନିବାର ଖୋଲା ରହିବ ଶ୍ରୀମନ୍ଦିର। ସୋମବାର ଠାରୁ ଶନିବାର ପର୍ଯ୍ଯନ୍ତ ଶ୍ରଦ୍ଧାଳୁ ଜଗା ଦର୍ଶନ କରିପାରିବେ। ରବିବାର ସାନିଟାଇଜ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ଯା ୭ଟା ଯାଏଁ ଜଗା ଦର୍ଶନ ପାଇଁ ଅନୁମତି ଥିଲା। ଏହି ସମୟ ଅବଧିରେ ସାମାନ୍ଯ କୋହଳ କରାଯାଇ ଦର୍ଶନ ବ୍ଯବସ୍ଥା ରାତି ୯ଟା ଯାଏଁ ବୃଦ୍ଧି କରାଯାଇଛି।
ପୂର୍ବପରି ପ୍ରତ୍ୟେକଙ୍କୁ କୋଭିଡ଼ ନେଗେଟିଭ ରିପୋର୍ଟ କିମ୍ବା ଦୁଇଡୋଜ ଟିକା ନେଇଥିବାର ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ଏଥିମଧ୍ୟରୁ ଯେ କୌଣସି ଗୋଟିଏକୁ ଦେଖାଇବାକୁ ପଡ଼ିବ। ସେହିପରି ସମସ୍ତେ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ପାଳନ କରିବେ। ଏଥିସହ ଶ୍ରଦ୍ଧାଳୁମାନେ ମାସ୍କ ପିନ୍ଧିବେ ଏବଂ ଦର୍ଶନ ଲାଗି ଯେଉଁ ଏସ୍ଓପି ଜାରି କରାଯାଇଛି ତାହାକୁ ମାନିବେ।