ଭୁବନେଶ୍ବର: ପହଣ୍ଡିବେଳେ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପହଣ୍ଡି ସମୟରେ ବଡ ଠାକୁର ବଳଭଦ୍ର ଚାରମାଳ ଉପରେ ହାମୁଡେଇ ପଡ଼ିଥିଲେ। ପହଣ୍ଡିରେ ସାମିଲ ହୋଇଥିବା କିିଛି ସେବାୟତ ଆହତ ହୋଇଥିଲେ। ଆହତ ହୋଇଥିବା ସେବାୟତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତୁରନ୍ତ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କୁ ପୁରୀ ଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନା ଅନୁଯାୟୀ, ଆଜି ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ସରିବା ପରେ ଆରମ୍ଭ ହୋଇଥିଲ ପହଣ୍ଡି ବିଜେ। ପହଣ୍ଡି ବେଳେ ଖସି ପଡିଥିଲେ ବଡ଼ ଠାକୁର। ଚାରମାଳ ଉପରେ ହାମୁଡେଇ ପଡ଼ିଥିଲେ ବଡ଼ ଠାକୁର । ପହଣ୍ଡିରେ ସାମିଲ ହୋଇଥିବା କିିଛି ସେବାୟତ ଆହତ ହୋଇଥିଲେ। ଆହତ ସେବାୟତଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ସୂଚନା ଅନୁଯାୟୀ ୫ରୁ ୬ଜଣ ସେବାୟତ ଆହତ ହୋଇଥିଲେ। ଅଘଟଣ ପରେ ପୁଣି ପହଣ୍ଡି ଆରମ୍ଭ ହୋଇଥିଲା।