ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ପୁଣି ଆରମ୍ଭ ହେଲା ଉଛେଦ ପ୍ରକ୍ରିୟା

ପୁରୀ: ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନ ମଧ୍ୟରେ ପୁଣିଥରେ ଉଚ୍ଛେଦ ଆରମ୍ଭ ହୋଇଛି। ସୋମବାର ବାସେଳୀ ସାହି ମୌଜା ଗାଣ୍ଡୁଆଚଉରା ଛକରେ ଥିବା ୩ଟି ଘରୋଇ କୋଠାକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉଚ୍ଛେଦ କାର୍ଯ୍ୟରଜ ଗୋଟିଏ ଜେସିବି ମେସିନ ସହ ଏକ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୭୫ ମିଟର ସୁରକ୍ଷା ଜୋନ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତରୁ […]

ପୁରୀ: ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନ ମଧ୍ୟରେ ପୁଣିଥରେ ଉଚ୍ଛେଦ ଆରମ୍ଭ ହୋଇଛି। ସୋମବାର ବାସେଳୀ ସାହି ମୌଜା ଗାଣ୍ଡୁଆଚଉରା ଛକରେ ଥିବା ୩ଟି ଘରୋଇ କୋଠାକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉଚ୍ଛେଦ କାର୍ଯ୍ୟରଜ ଗୋଟିଏ ଜେସିବି ମେସିନ ସହ ଏକ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୭୫ ମିଟର ସୁରକ୍ଷା ଜୋନ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ସରିଲାଣି।କିଛି ଜମିକୁ ନେଇ ମାମଲା ହାଇକୋର୍ଟରେ ଥିବାବେଳେ ଆଉ କିଛି ପ୍ଲଟର କ୍ଷତିପୂରଣ ନେଇ ଜିଲ୍ଲା ପ୍ରଶାସନ ସହ ଆପୋଷ ଆଲୋଚନା ଚାଲିଛି।ଖବଶୀଘ୍ର ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ସରିବା ପରେ ଐତିହ୍ୟ କରିଡ଼ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ।

About The Author: The Sakala