ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅପରାହ୍ନରେ କଟକ ବାଲିଯାତ୍ରାର କରିବେ ଉଦ୍‌ଘାଟନ

ଭୁବନେଶ୍ବର: ଭୁବନେଶ୍ଵରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବରିଷ୍ଠ ନେତା ଓ ପ୍ରଶାସନିକ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି । ଆଜି ଅପରାହ୍ଣରେ ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। 

ଆଜି ଅପରାହ୍ନ ୪ଟା ୩୦ରେ ସିଲଭରସିଟି ବୋଟ୍ କ୍ଲବ୍ ନିକଟରେ ପହଞ୍ଜିବା ପରେ କଳିଙ୍ଗ ତରଙ୍ଗିନୀ ନୌକା ଯୋଗେ ବାଲିଯାତ୍ରା ପଡିଆ ଯିବେ। ଏଥିପାଇଁ ଡଙ୍ଗାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରପତିଙ୍କ ସମେତ ଏଥିରେ ୧୫ ଜଣ ବସିବାର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା ୫ଟାରେ ଗଡଗଡିଆ ଘାଟରେ ମହାନଦୀ ଆଳତି ଓ ବୋଇତ ବନ୍ଦାଣ କରାଯିବ। ପରେ କଟକ ଇନ୍ କଟକ ମହାନଗର ନିଗମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଅନୁ​‌ଷ୍ଠିତ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଉଦଘାଟନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକ ଓ ଭୁବନେଶ୍ୱରରେ ମୋଟ ୭୮ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ମହିଳା ପୋଲିସ କର୍ମଚାରୀଙ୍କୁ ମଧ୍ୟ ବ୍ୟାପକ ଭାବେ ମୁତୟନ କରାଯାଇଛି । ଗତକାଲି ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥି କଲେଜ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  

About The Author: Madhusudan Das