ଗର୍ଭବତୀଙ୍କୁ ବସଷ୍ଟାଣ୍ଡରେ ପ୍ରସବ କରାଇଲେ ଟ୍ରାଫିକ କନେଷ୍ଟବଳ

ବାଲେଶ୍ୱର: ମେଡିକାଲରେ ସନ୍ତାନ ଜନ୍ମ ନହେବାରୁ ଘରକୁ ଫେରିଯାଉଥିଲେ । ହେଲେ ବସ୍‌ଷ୍ଟାଣ୍ଡରେ ଆରମ୍ଭ ହୋଇଯାଇଥିଲା ପ୍ରସବ ବେଦନା। ନିରୁପାୟ ହୋଇ ପ୍ରସୂତି ବସ୍‌ଷ୍ଟାଣ୍ଡରେ କଷ୍ଟ ପାଉଥିବା ବେଳେ ସହାୟତାର ହାତ ବଢାଇଥିଲେ ଟ୍ରାଫିକ୍‌ କନେଷ୍ଟବଳ।  ବସଷ୍ଟାଣ୍ଡରେ ପ୍ରସବ କରାଇଥିଲେ  ଟ୍ରାଫିକ କନେଷ୍ଟବଳ ସାବିତ୍ରୀ। ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଛକ ବସଷ୍ଟାଣ୍ଡରେ। ବାଲେଶ୍ଵର ଜିଲ୍ଲା ଡୁଙ୍ଗୁରା ଅଞ୍ଚଳର ମାଲେ ହୋ ପ୍ରସବ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ […]

ବାଲେଶ୍ୱର: ମେଡିକାଲରେ ସନ୍ତାନ ଜନ୍ମ ନହେବାରୁ ଘରକୁ ଫେରିଯାଉଥିଲେ । ହେଲେ ବସ୍‌ଷ୍ଟାଣ୍ଡରେ ଆରମ୍ଭ ହୋଇଯାଇଥିଲା ପ୍ରସବ ବେଦନା। ନିରୁପାୟ ହୋଇ ପ୍ରସୂତି ବସ୍‌ଷ୍ଟାଣ୍ଡରେ କଷ୍ଟ ପାଉଥିବା ବେଳେ ସହାୟତାର ହାତ ବଢାଇଥିଲେ ଟ୍ରାଫିକ୍‌ କନେଷ୍ଟବଳ।  ବସଷ୍ଟାଣ୍ଡରେ ପ୍ରସବ କରାଇଥିଲେ  ଟ୍ରାଫିକ କନେଷ୍ଟବଳ ସାବିତ୍ରୀ।

ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଛକ ବସଷ୍ଟାଣ୍ଡରେ। ବାଲେଶ୍ଵର ଜିଲ୍ଲା ଡୁଙ୍ଗୁରା ଅଞ୍ଚଳର ମାଲେ ହୋ ପ୍ରସବ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ୫ଦିନରୁ ଅଧିକ ଦିନ ବିତିଥିଲେ ବି ସନ୍ତାନ ଜନ୍ମ ହୋଇ ନଥିଲା । ସେଥିପାଇଁ ପ୍ରସୂତି ମାଲେ ହୋ ତାଙ୍କ ସ୍ଵାମୀ ଓ ଶାଶୂଙ୍କ ସହ ଘରକୁ ଯାଉଥିଲେ । କିନ୍ତୁ ବସଷ୍ଟାଣ୍ଡରେ ମାଲେଙ୍କର ପ୍ରସବ ବେଦନା ହୋଇଥିଲା । ସ୍ଥାନୀୟ ଲୋକମାନେ ମହିଳାମାନଙ୍କ ସହଯୋଗରେ ଶାଢି ବେଢ଼ାଇ ବସଷ୍ଟାଣ୍ଡରେ ପ୍ରସବ କରାଇବା ପାଇଁ ପ୍ରସ୍ତୁତି କରାଯାଇଥିଲା। ଆଉ ଏଥିରେ ସମ୍ପୁର୍ଣ୍ଣ ସହାୟତା କରିଥିଲେ ବସଷ୍ଟାଣ୍ଡରେ କାର୍ଯ୍ୟରତ ଥିବା ମହିଳା କନେଷ୍ଟବଳ ସାବିତ୍ରୀ ନାୟକ। ସ୍ଥାନୀୟ ମହିଳା ଓ ଟ୍ରାଫିକ କନେଷ୍ଟବଳ ସାବିତ୍ରୀଙ୍କ ସହାୟତାରେ ମାଲେ ହୋଙ୍କର ଏକ  କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ପରେ ଅମ୍ବୁଲାନ୍ସରେ ମାଲେଙ୍କୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ମହିଳା କନେଷ୍ଟବଳ ସାବିତ୍ରୀ ନାୟକ ଓ ସ୍ଥାନୀୟ ମହିଳାମାନଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି ।

About The Author: The Sakala