ଖାଲି ହେଉଛି ବିରୋଧୀ ଶିବିର, ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡ଼ି ଶରଣରେ ବିପକ୍ଷ ନେତା

ଗଞ୍ଜାମ/ ଭଦ୍ରକ/ ଦେବଗଡ଼/ପୁରୀ : ଆଗକୁ ଅଛି ପଞ୍ଚାୟତ ଓ ପୌର ନିର୍ବାଚନ । ହେଲେ ନିର୍ବାଚନ ପୂର୍ବରୁ ବିରୋଧୀ ଶିବିର ଖାଲି ହେଉଛି। ଅନ୍ୟପକ୍ଷେ ବଢ଼ୁଛି ବିଜୁ ଜନତା ଦଳର ଲୋକପ୍ରିୟତା । ପ୍ରତିଦିନ କଂଗ୍ରେସ, ବିଜେପି ସମେତ ଅନେକ ଅନ୍ୟାନ୍ୟ ରାଜନୈତିକ ଦଳର ନେତା ବିଜେଡିରେ ଯୋଗ ଦେଉଛନ୍ତି । ଜଣଙ୍କ ପରେ ଜଣେ ନେତା ବିରୋଧୀ ଦଳରୁ ଆସି ବିଜେଡିରେ ଯୋଗ ଦେଉଛନ୍ତି। ଯାହା ଫଳରେ ବିଜେଡି ନିଜକୁ ଆହୁରି ସଶକ୍ତ କରୁଛି।ସମସ୍ତଙ୍କର […]

ଗଞ୍ଜାମ/ ଭଦ୍ରକ/ ଦେବଗଡ଼/ପୁରୀ : ଆଗକୁ ଅଛି ପଞ୍ଚାୟତ ଓ ପୌର ନିର୍ବାଚନ । ହେଲେ ନିର୍ବାଚନ ପୂର୍ବରୁ ବିରୋଧୀ ଶିବିର ଖାଲି ହେଉଛି। ଅନ୍ୟପକ୍ଷେ ବଢ଼ୁଛି ବିଜୁ ଜନତା ଦଳର ଲୋକପ୍ରିୟତା । ପ୍ରତିଦିନ କଂଗ୍ରେସ, ବିଜେପି ସମେତ ଅନେକ ଅନ୍ୟାନ୍ୟ ରାଜନୈତିକ ଦଳର ନେତା ବିଜେଡିରେ ଯୋଗ ଦେଉଛନ୍ତି । ଜଣଙ୍କ ପରେ ଜଣେ ନେତା ବିରୋଧୀ ଦଳରୁ ଆସି ବିଜେଡିରେ ଯୋଗ ଦେଉଛନ୍ତି। ଯାହା ଫଳରେ ବିଜେଡି ନିଜକୁ ଆହୁରି ସଶକ୍ତ କରୁଛି।ସମସ୍ତଙ୍କର ପସନ୍ଦର ଦଳ ପାଲଟିଛି ବିଜୁ ଜନତା ଦଳ। ପ୍ରିୟ ନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକଥା ଦଳ ଛାଡୁଥିବା କଂଗ୍ରେସ ଓ ବିଜେପିର ନେତାମାନେ କହିଛନ୍ତି।ଜଣଙ୍କ ପରେ ଜଣେ ବିରୋଧୀ ଦଳର ଟାଣୁଆ ନେତା ବିଜେଡିରେ ମିଶିବା ପରେ ବେଶ ଉତ୍ସାହିତ ଶାସକ ଦଳ। ନବୀନଙ୍କ ସ୍ୱଚ୍ଛ ଶାସନ ଓ ଲୋକପ୍ରିୟତା ଆଧାରରେ ବିଜେଡି ପ୍ରତି ସମସ୍ତେ ଆଗ୍ରହ ପ୍ରକାଶ କରୁଥିବା ବେଳେ ବିରୋଧୀ ଶିବିରରେ କିନ୍ତୁ ଭାଲେଣି ପଡ଼ିଛି।

ଏହିକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱରେ ପ୍ରଭାବିତ ହୋଇ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ନେତା ଧର୍ମରାଜ ରେଡ୍ଡୀ ଓ ତାଙ୍କର ଶତାଧିକ ସମର୍ଥକ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଧର୍ମରାଜ ଓ ତାଙ୍କ ସମର୍ଥକମାନେ ସାମିଲ ହେବା ଦ୍ୱାରା ପଂଚାୟତ ନିର୍ବାଚନ ପୂର୍ବରୁ ଶାସକ ଦଳ ସାଂଗଠନିକ ସ୍ଥିତି ଆହୁରି ମଜବୁତ ହୋଇଛି । ଗୋପାଳପୁର ନିକଟସ୍ଥ କରାପଲ୍ଲୀରେ ଆୟୋଜିତ ଏକ ଭବ୍ୟ କାର୍ୟ୍ୟକ୍ରମରେ ଧର୍ମରାଜ ରେଡ୍ଡୀ ଓ ତାଙ୍କର ଶହ ଶହ ସମର୍ଥକ ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ , ମନ୍ତ୍ରୀ ଜଗନ୍ନାଥ ସାରକା ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି ଡକ୍ଟର ଗୋପବନ୍ଧୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ବିଜେଡିର ନୂଆ ସଦସ୍ୟଙ୍କୁ ସ୍ୱାଗତ କରି ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ୟ୍ୟକ୍ରମ ଓ ଏକ ନୂଆ ଓଡିଶା ଗଠନ ପାଇଁ ତାଙ୍କର ନିଷ୍ଠା ରାଜ୍ୟବ୍ୟାପୀ ଲୋକଙ୍କୁ ପ୍ରେରଣା ଯୋଗାଉଛି । ମନ୍ତ୍ରୀ ଜଗନ୍ନାଥ ସାରକା ଏହି ଅବସରରେ କହିଥିଲେ ଯେ, ବିଜେଡି ଆଉ ଏକ ରାଜନୈତିକ ଦଳ ହୋଇ ରହିନାହିଁ । ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତା ଯୋଗ ଦେଇଥିଲେ ।

ସେହିପରି ଭଦ୍ରକ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବ୍ଲକ କେଦାରପୁର ପଞ୍ଚାୟତର ବିଜେପି ନେତା ଲକ୍ଷ୍ମୀଧର ନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ସଂସ୍କୃତି ଭବନ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ସଞ୍ଜୀବ ମଲ୍ଲିକ ଦଳୀୟ ଉତ୍ତରୀୟ ଓ ଫୁଲତୋଡା ଦେଇ କର୍ମୀମାନଙ୍କୁ ସ୍ୱାଗତ କରିଥିଲେ । ବିଜେଡି ଏକ ଶୃଙ୍ଖଳିତ ଦଳ ଓ ଏଠି ସମସ୍ତେ ଜଣେ ଜଣେ କର୍ମୀ ହୋଇ କାମ କରି ଦଳକୁ ଜିତାଇବେ ବୋଲି କହିଥିଲେ ଭଦ୍ରକ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକ । ମିଶ୍ରଣ ପର୍ବରେ ଦଳର ଅନ୍ୟ ନେତାମାନେ ମଧ୍ୟ ଉପସ୍ଥି ଥିଲେ  ।

ଅନ୍ୟପଟେ ଦେବଗଡ଼ ଜିଲ୍ଲାରେ ମଧ୍ୟ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବାରକୋଟ ବ୍ଲକ ଅନ୍ତର୍ଗତ ବାହାଡାପୋଷି ଗ୍ରାମରେ ଜୋନ୍ ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ । ମିଶ୍ରଣ ପର୍ବରେ ବାରକୋଟ ବ୍ଲକର ଦୁଇ ଜଣ ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ୨୨ଟି ପଞ୍ଚାୟତରୁ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଅନୁପ୍ରେଣିତ ହୋଇ ବିଜେଡିରେ ସାମିଲ ହୋଇଥିଲେ ।

ସେହିପରି ବ୍ରହ୍ମଗିରି ବିଜେଡି ପକ୍ଷରୁ‌ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବ୍ରହ୍ମଗିରି, କୃଷ୍ଣପ୍ରସାଦ ବ୍ଲକର ବହୁ ବିଜେପି, କଂଗ୍ରେସର ନେତୃବୃନ୍ଦ ଓ କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ପୂର୍ବତନ ପିସିସି ସଦସ୍ୟ କେଦାରନାଥ ଜେନାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ପଣସପଦା, ସିଆରା, ଜହ୍ନିକୁଦା, ଚିଲିକାର ଅନେକ ମସ୍ୟଜୀବୀ ନେତୃବୃନ୍ଦ ମଧ୍ୟ ବିଜେଡି ନୀତି ଆଦର୍ଶକୁ ଗ୍ରହଣ କରି ଦଳରେ ସାମିଲ ହୋଇଥିଲେ ।

About The Author: The Sakala