ଭୁବନେଶ୍ବର: ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି । ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ ନାଁରେ ବିଜେପି କର୍ମୀ କଲେ ଗୁଣ୍ଡାଗର୍ଦ୍ଦି । ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହେଲା ପୋଲିସ । ଲୋୟର ପିଏମଜିରେ ବିଜେପିର ଯୁବମୋର୍ଚ୍ଚା ରାଲି କରୁଥିବାବେଳେ ବିଜେପି କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଠେଲାପେଲା ଧସ୍ତାଧସ୍ତିରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ବିଜେପି କର୍ମୀଙ୍କ ଆକ୍ରମଣରେ ଡିଏସପି ଅମିତାଭ ମହାପାତ୍ର ଗୁରୁତର ହୋଇଥିବା ସୂଚନା ମିଳିଛି । ବିଜେପି କର୍ମୀଙ୍କ ଢେଲାମାଡ଼ରେ ଡିଏସପି ଅମିତାଭ ମହାପାତ୍ରଙ୍କ ମୁଣ୍ଡ ଫାଟିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ପୂର୍ବରୁ ପୋଲିସକୁ ଆକ୍ରମଣ କରିବା ନେଇ ସନ୍ଦେହ କରିଥିଲା ବିଜେଡି । ପୋଲିସ ଉପରକୁ ଢ଼େଲା, ପାଣି ବୋତଲ ମାଡ଼ ଓ ଅଣ୍ଡାମାଡ଼ କରିଛି ବିଜେପି । ଉତ୍ତ୍ୟକ୍ତ ବିଜେପି କର୍ମୀ ପୋଲିସ ଗାଡି ଉପରେ ଚଢ଼ି ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ । ବିଜେପି କର୍ମୀଙ୍କ ଆକ୍ରମଣରେ ୧୦ରୁ ଅଧିକ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ମୃଦୁ ଲାଠିଚାଳନା କରିଥିଲା ପୋଲିସ ।