ହୋଲି ପାଇଁ ପୁଲିସର ଗାଇଡଲାଇନ୍‌ : ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ମନା

ଭୁବନେଶ୍ବର : ଆସୁଛି ରଙ୍ଗର ପର୍ବ ହୋଲି। ଏଥି ପାଇଁ ବଜାରରେ ରଙ୍ଗ ଦୋକାନର ପସରା ମେଲିଥିବା ବେଳେ ଲୋକମାନେ ମଧ୍ୟ ହୋଲି ଖେଳିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ହୋଲି ପୂର୍ବରୁ ପୁଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି। ରଙ୍ଗ ଲଗାଇ ନିଶାରେ ଉତ୍ପାତ କଲେ ବନ୍ଧାହେବେ । ମଦ ପିଇ ରୋମିଓ ବନିଲେ ମଧ୍ୟ ସାବାଡ଼ କରିବ ପୁଲିସ। ଆଜି କିଛି ଏଭଳି ଢଙ୍ଗରେ ଅମାନିଆଙ୍କୁ ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ […]

ଭୁବନେଶ୍ବର : ଆସୁଛି ରଙ୍ଗର ପର୍ବ ହୋଲି। ଏଥି ପାଇଁ ବଜାରରେ ରଙ୍ଗ ଦୋକାନର ପସରା ମେଲିଥିବା ବେଳେ ଲୋକମାନେ ମଧ୍ୟ ହୋଲି ଖେଳିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ହୋଲି ପୂର୍ବରୁ ପୁଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି। ରଙ୍ଗ ଲଗାଇ ନିଶାରେ ଉତ୍ପାତ କଲେ ବନ୍ଧାହେବେ । ମଦ ପିଇ ରୋମିଓ ବନିଲେ ମଧ୍ୟ ସାବାଡ଼ କରିବ ପୁଲିସ। ଆଜି କିଛି ଏଭଳି ଢଙ୍ଗରେ ଅମାନିଆଙ୍କୁ ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ।

ହୋଲି ପୂର୍ବରୁ ଆକ୍ସନ ମୋଡ଼କୁ ଆସି ନୂଆ ଡିସିପି ଜଗମୋହନ ମିନା କହିଛନ୍ତି ହୋଲି ପାଇଁ ରାଜଧାନୀ ଭୁବନେଶ୍ବରର ସୁରକ୍ଷାକୁ କଡ଼ାକଡି କରାଯାଇଛି। ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ  ମୁତୟନ ହେବେ। । ଆଇନଶୃଙ୍ଖଳା ଓ ମଦୁଆଙ୍କୁ ଜଗିବେ ୨୦ ପ୍ଲାଟୁନ ଫୋର୍ସ । ନକଲି ମଦ କାରବାର ରୋକିବାକୁ ହେବ ସ୍ପେଶାଲ ଡ୍ରାଇଭ। ନିଶା ବିକ୍ରିର ପ୍ରମାଣ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏଥି ସହିତ ହୋଲି ଦିନ ପାଣିରେ ବୁଡି ଦୁର୍ଘଟଣା ମାନ ଘଟିବାର ଆଶଙ୍କା ଥିବାରୁ ଓଡ୍ରାଫ ଓ ଅଗ୍ନିଶମ ଟିମ ସହ ଆଲର୍ଟ ରହିବ କମିଶନରେଟ ପୁଲିସ। ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ। ଡ୍ରଙ୍କ ଆଣ୍ଡ ଡ୍ରାଇଭ ଉପରେ ରହିବ କଡା ନଜର। ପ୍ରତେକ ଛକରେ ମୁତୟନ ହେବେ ପୁଲିସ ଟିମ। ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ଉଠାଇ ନେବ PCR। ଏଥି ସହିତ ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ପାଇଁ ପୁଲିସ ପକ୍ଷରୁ ମନା କରଯାଇଛି। ଏ ନେଇ ପ୍ରତେକ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହିଂସାତ୍ମକ ବାର୍ତ୍ତା ସୋସିଆଲ ମିଡିଆରେ ନଦେବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି । ସେହିପରି ଅପରାଧୀଙ୍କ ଉପରେ କଡା ନଜର ରହିଛି । ହୋଲି ପୂର୍ବରୁ ରାଜଧାନୀ ଉପକଣ୍ଠ ବିଭିନ୍ନ ଗ୍ରାମରେ ଦୋଳମେଳନ ଥିବାରୁ ଆଲର୍ଟ ରହିବାକୁ ସମସ୍ତ ଥାନାଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିସିପି ।

About The Author: The Sakala