ନୟାପଲ୍ଲୀ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଯୁବକକୁ ଏନ୍‌କାଉଣ୍ଟର କଲା ପୋଲିସ

ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଣ୍ଟର । ନୟାପଲ୍ଲୀ ଦୁଷ୍କର୍ମ ଘଟଣାରେ ଏନକାଉଣ୍ଟର କଲା ପୋଲିସ । ଅଭିଯୁକ୍ତ ଜଣଙ୍କ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ବୁଧବାର ରାତିରେ ନୟାପଲ୍ଲୀ ବେହେରା ସାହିରେ ହୋଇଥିଲା ଏନକାଉଣ୍ଟର । ଅଭିଯୁକ୍ତ ଦୁଷ୍କର୍ମୀର ଗୋଡ଼ରେ ବାଜିଛି ଗୁଳି । ପୁଲିସ ଅଭିଯୁକ୍ତଙ୍କୁ କାବୁ କରିବାକୁ ପ୍ରୟାସ କଲାବେଳେ ସେ ଗୁଳି ଚଳାଇଥିଲେ। ଖସିଯିବା ପାଇଁ ଅଭିଯୁକ୍ତ ଦୁଇ ରାଉଣ୍ଡ ଗୁଳି କରିବା ପରେ ପୁଲିସ ଦେଇଥିଲା ପାଲଟା ଜବାବ। ପୋଲିସ ଉପରକୁ ପାଲଟା ଗୁଲିଚାଳନା ବେଳେ ଫାୟାରିଂ ହୋଇଥିବା ସୂଚନା । ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ୩୫ଟି ସିସିଟିଭି ଯାଞ୍ଚ ପରେ ଧରାପଡ଼ିଛି ଅଭିଯୁକ୍ତ । ଗତ ଦୁଇ ଦିନ ଧରି ଚହଳ ପକାଇଥିଲା ବେହେରା ସାହି ଦୁଷ୍କର୍ମ ଘଟଣା । ଘଟଣାର ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମହିଳା କମିଶନ ।

About The Author: Madhusudan Das