ଭୁବନେଶ୍ବର: ମେ’ ୩୧ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିବ। ଏ ନେଇ ଆଜି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଦେଇଛନ୍ତି।
ସୂଚନାଥାଉକି ,ଚଳିତବର୍ଷ ରାଜ୍ୟର ୧୧୪୫ଟି ପରୀକ୍ଷକେନ୍ଦ୍ରରେ ୩ଲକ୍ଷ ୫୦ ହଜାରରୁ ଅଧିକ ପରୀକ୍ଷାର୍ଥୀ +୨ ପରୀକ୍ଷା ଦେଇଛନ୍ତି। କଳାରେ ୨ଲକ୍ଷ ୩୩ହଜାର ୮୫୫ ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୯୩ହଜାର ୮୯୪ଜଣ, ବାଣିଜ୍ୟରେ ୨୪ହଜାର ୩୧୧ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୨୨ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫ହଜାର ୫୯୭ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିବାବେଳେ ୫୭୫ଜଣ କପି କରି ଧରାପଡ଼ିଥିଲେ।