ଏପ୍ରିଲ ୧୭ରେ ପିପିଲିବାସୀ ଦେବେ ଭୋଟ୍‌

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଲାଗିରହିଥିବା ପ୍ରତିକ୍ଷାର ଅନ୍ତ ଘଟିଛି।  ପିପିଲି ଉପ ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ଆସନ୍ତା ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହେବ ବୋଲି ଜଣାଯାଇଛି। ନିର୍ବାଚନ ଲାଗି ଚଳିତ ମାସ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାସହ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ବୋଲି ସୂଚନା ମିଳିଛି। ଏହାସହ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରହିଛି। ମେ ମାସ ୨ […]

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଲାଗିରହିଥିବା ପ୍ରତିକ୍ଷାର ଅନ୍ତ ଘଟିଛି।  ପିପିଲି ଉପ ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ଆସନ୍ତା ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହେବ ବୋଲି ଜଣାଯାଇଛି। ନିର୍ବାଚନ ଲାଗି ଚଳିତ ମାସ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାସହ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ବୋଲି ସୂଚନା ମିଳିଛି। ଏହାସହ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରହିଛି। ମେ ମାସ ୨ ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ବୋଲି ଜଣାଯାଇଛି। ପିପିଲିର ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିଲା ପିପିଲି ଆସନ।

ପିପିଲି ବିଧାନସଭା ମଣ୍ଡଳ ବିଜେଡିର ଗଡ ଭାବେ ପରିଚିତ। ୨୦୦୦ ମସିହା ପରଠୁ ଅର୍ଥାତ ବିଜେଡି ଦଳ ଗଠନ ଦିନଠୁ ଏହି ଆସନରେ ଦଳର ଦବଦବା ରହି ଆସିଛି। ପ୍ରଦୀପ ମହାରଥୀ କ୍ରମାଗତ ପାଞ୍ଚ ଥର ପିପିଲିରୁ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମହାରଥୀଙ୍କ ଯୋଗୁଁ ପିପିଲି ବିରୋଧୀ ବିଜେପି ଓ କଂଗ୍ରେସ ପାଇଁ ଏ ଯାଏଁ ଅଭେଦ୍ୟ ଦୁର୍ଗ ପାଲଟିଛି। ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ମହାରଥୀ ବିଜୟ ହାସଲ କରିଥିଲେ। ତେବେ ପ୍ରଥମ ଥର ବିଜେଡି ମହାରଥୀଙ୍କ ବିନା ମଇଦାନକୁ ଓହ୍ଲାଇବ।

୨୦୧୯ ନିର୍ବାଚନରେ ଏହି ଆସନରେ ଶାସକ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିଥିଲା। ମହାରଥୀଙ୍କୁ ୮୮, ୫୧୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଆସ୍ରିତ ପଟ୍ଟନାୟକଙ୍କୁ ୭୧, ୭୩୧ ଭୋଟ୍ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ମାତ୍ର ୯,୮୩୦ ଭୋଟ୍ ସାଉଁଟିବାରେ ସକ୍ଷମ ହୋଇଥିଲେ।

ପିପିଲି ଉପ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ ବୋଲି ଆଶା କରାଯାଉଥିଲା। ତେବେ ଏହା ପୂର୍ବରୁ ଏହି ସମ୍ମାନଜନକ ଆସନରେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ମାନସ ମନ୍ଥନ ଆରମ୍ଭ ହୋଇ ଯାଇଥିଲା। ବିଜେଡି ପ୍ରଦୀପ ମହାରଥୀଙ୍କ ପୁଅକୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହୋଇ ଆସିଛି। ଅନ୍ୟପଟେ ବିଜେପି ପରାଜିତ ପ୍ରାର୍ଥୀ ଆସ୍ରିତ ପଟ୍ଟନାୟକଙ୍କୁ ପୁଣି ଥରେ ପିପିଲି ମଇଦାନରେ ଓହ୍ଲାଇବାର ସମ୍ଭାବନା ରହିଛି। କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ ଦଳରେ ବିଚାର ବିମର୍ଶ ଜାରି ରହିଛି।

ସେପଟେ ଶାସକ ବିଜେଡି ନିଜର ଦୁର୍ଗକୁ ସୁରକ୍ଷିତ ରଖିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ବିଜେଡି ସେଠାରେ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଇ ସଂଗଠନ ସଜାଡ଼ିବାରେ ଲାଗିଥିବା ବେଳେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ପିପିଲି ବିଧାନସଭା ଉପନିର୍ବାଚନକୁ ନେଇ ନିଜର କାର୍ଡ ଖୋଲିନାହାନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ବିଜେଡି ନିଯୁକ୍ତି ଦେଇଥିବାବେଳେ ସେ ମାରାଥନ୍ ଗସ୍ତ କରି ଦଳର ନେତାମାନଙ୍କୁ ଭେଟି ସଂଗଠନକୁ ଆହୁରି ଶକ୍ତିଶାଳୀ କରିବାରେ ଲାଗିଛନ୍ତି।  ପିପିଲି ବ୍ଲକ ପାଇଁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ପ୍ରଶାନ୍ତ କୁମାର ମୁଦୁଲି, ଡେଲାଙ୍ଗ ବ୍ଲକ ପାଇଁ ବିଭୂତି ବଳବନ୍ତରାୟ ଓ ଉମାକାନ୍ତ ସାମନ୍ତରାୟ, ପିପିଲି ଏନଏସି ଦାୟିତ୍ୱରେ ବିଧାୟକ ସୁଧୀର ସାମଲ ରହିଛନ୍ତି। ଏହି ନେତାମାନେ ଇତିମଧ୍ୟରେ ସେମାନଙ୍କୁ ଆବଣ୍ଟିତ ଅଂଚଳକୁ ଗସ୍ତ କରି ଦଳୀୟ କର୍ମୀମାନଙ୍କ ସହ ପ୍ରାରମ୍ଭିକ ବୈଠକ କରିଛନ୍ତି। ସେମାନେ ୱାର୍ଡ଼ ସ୍ତରୀୟ କମିଟି ଗଠନ କରି ନିର୍ବାଚନ ରଣାଙ୍ଗନ ପାରି ହେବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

About The Author: The Sakala