ମୋବାଇଲ୍ ଝାମ୍ପି ନେଉଥିବା ଲୁଟେରାକୁ ମାଡ଼ିବସିଲେ ଲୋକେ

ଭୁୱନେଶ୍ବର : କ୍ୟାପିଟାଲ ଥାନା ଅଧୀନ ୟୁନିଟ୍ – ୮ ସରକାରୀ ଆଇଟିଆଇ କଲେଜ ସାମ୍‌ନାରୁ ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ୍ ଝାମ୍ପି ନେଉଥିବା ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି। ବ୍ୟକ୍ତି ଜଣକ ଚାଲି ଚାଲି ଯାଉଥିବା ସମୟରେ ଗୋଟିଏ ବାଇକ୍‌ରେ ୩ଜଣ ଆସି ମୋବାଇଲ୍ ଝାମ୍ପି ନେଇ ପଳାଉଥିଲେ। ସେ ବାଇକ୍‌କୁ ପିଛା କରି ୟୁନିଟ୍-୫ ଅଞ୍ଚଳର ପପୁ ବେହେରାକୁ କାବୁ କରିନେଇଥିଲେ। ପପୁ ନିକଟରୁ ମୋବାଇଲ୍ ଜବତ କରିବା ସହ ପୁଲିସକୁ ସ୍ଥାନୀୟ ଲୋକେ […]

ଭୁୱନେଶ୍ବର : କ୍ୟାପିଟାଲ ଥାନା ଅଧୀନ ୟୁନିଟ୍ – ୮ ସରକାରୀ ଆଇଟିଆଇ କଲେଜ ସାମ୍‌ନାରୁ ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ୍ ଝାମ୍ପି ନେଉଥିବା ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି। ବ୍ୟକ୍ତି ଜଣକ ଚାଲି ଚାଲି ଯାଉଥିବା ସମୟରେ ଗୋଟିଏ ବାଇକ୍‌ରେ ୩ଜଣ ଆସି ମୋବାଇଲ୍ ଝାମ୍ପି ନେଇ ପଳାଉଥିଲେ। ସେ ବାଇକ୍‌କୁ ପିଛା କରି ୟୁନିଟ୍-୫ ଅଞ୍ଚଳର ପପୁ ବେହେରାକୁ କାବୁ କରିନେଇଥିଲେ। ପପୁ ନିକଟରୁ ମୋବାଇଲ୍ ଜବତ କରିବା ସହ ପୁଲିସକୁ ସ୍ଥାନୀୟ ଲୋକେ ହସ୍ତାନ୍ତର କରିଛନ୍ତି।

About The Author: The Sakala