ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ

ଭୁବନେଶ୍ବର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଜିଲ୍ଲା ପରିଷଦ ପାଇଁ ମୋଟ ୨୨ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ସମିତି ସଭ୍ୟ- ୫୧୨ ଓ ସରପଞ୍ଚ ପ୍ରାର୍ଥୀ ପାଇଁ ୧୧୨୨ ଜଣଙ୍କ ନାମାଙ୍କନ ଦାଖଲ କରିଛନ୍ତି । ୱାର୍ଡ ମେମ୍ବର ପାଇଁ ପ୍ରଥମ ଦିନରେ ୭୧୧୬ଟି ନାମାଙ୍କନ ଦାଖଲ ହୋଇଛି […]

ଭୁବନେଶ୍ବର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଜିଲ୍ଲା ପରିଷଦ ପାଇଁ ମୋଟ ୨୨ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ସମିତି ସଭ୍ୟ- ୫୧୨ ଓ ସରପଞ୍ଚ ପ୍ରାର୍ଥୀ ପାଇଁ ୧୧୨୨ ଜଣଙ୍କ ନାମାଙ୍କନ ଦାଖଲ କରିଛନ୍ତି । ୱାର୍ଡ ମେମ୍ବର ପାଇଁ ପ୍ରଥମ ଦିନରେ ୭୧୧୬ଟି ନାମାଙ୍କନ ଦାଖଲ ହୋଇଛି । ଏହି  ନାମାଙ୍କନ ଦାଖଲ ପ୍ରକ୍ରିୟା ୨୧ ଶୁକ୍ରବାର ଯାଏଁ ଚାଲିବ ଚାଲିବ।

୨୧ରେ ନାମାଙ୍କନ ଦାଖଲ ସରିବା ପରେ ୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ଏଥି ସହିତ ନାମାଙ୍କନପତ୍ର ଦାଖଲ ଦିନ ଜାନୁଆରୀ ୧୭ ରୁ ୨୫ ଜାନୁଆରୀ ସୁଦ୍ଧା ଯେଉଁ ପ୍ରାର୍ଥୀ ଚାହିଁବେ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ଏହାପରେ  ସେହି ୨୫ ଜାନୁଆରୀରେ  ଚୁଡାନ୍ତ ତାଲିକା ପ୍ରକାଶ ପାଇବ।

About The Author: The Sakala