ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ, ମେଡିକାଲରେ ଚାଲିଛି ଚିକିତ୍ସା

ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀ ପୁଣିଥରେ ଅସୁସ୍ଥ ହୋଇପଡ଼ିଛନ୍ତି । ଶରୀର ବ୍ୟଥା ହେଉଥିବା ବେଳେ ସାମାନ୍ୟ ଜ୍ୱର ରହିଛି । ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶନିବାର ପୂର୍ବାହ୍ନ ୧୧ଟାରେ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବାବେଳେ ତିନି ଜଣିଆ ଡାକ୍ତରୀ ଦଳ ତାଙ୍କର ଟିକିନିଖି ପରୀକ୍ଷା ସହିତ ଚିକିତ୍ସା କରୁଛନ୍ତି । ପଦ୍ମଶ୍ରୀ କମଳାଙ୍କୁ ଦୁଇଦିନ ହେଲାଣି ଜ୍ବର ଯୋଗୁଁ ଅସୁସ୍ଥତା ଅନୁଭବ କରିଥିଲେ। […]

ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀ ପୁଣିଥରେ ଅସୁସ୍ଥ ହୋଇପଡ଼ିଛନ୍ତି । ଶରୀର ବ୍ୟଥା ହେଉଥିବା ବେଳେ ସାମାନ୍ୟ ଜ୍ୱର ରହିଛି । ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶନିବାର ପୂର୍ବାହ୍ନ ୧୧ଟାରେ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବାବେଳେ ତିନି ଜଣିଆ ଡାକ୍ତରୀ ଦଳ ତାଙ୍କର ଟିକିନିଖି ପରୀକ୍ଷା ସହିତ ଚିକିତ୍ସା କରୁଛନ୍ତି । ପଦ୍ମଶ୍ରୀ କମଳାଙ୍କୁ ଦୁଇଦିନ ହେଲାଣି ଜ୍ବର ଯୋଗୁଁ ଅସୁସ୍ଥତା ଅନୁଭବ କରିଥିଲେ। ଶନିବାର ପୂର୍ବାହ୍ନରେ ଜିଲ୍ଲା ଚିକିତ୍ସାଳୟରୁ ଏକ ଆମ୍ବୁଲେନ୍ସ ତାଙ୍କ ନିଜସ୍ବ ଗ୍ରାମରୁ ଜୟପୁର ବ୍ଲକ ଡଙ୍ଗରଛିଞ୍ଚି ଗ୍ରାମପଞ୍ଚାୟତର ପାତ୍ରପୁଟ ଗ୍ରାମକୁ ଯାଇ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଠାରେ ଚିକିତ୍ସାଳୟ ସୁପରିଟେଣ୍ଡଣ୍ଟ ଡା. ରବିନ୍ଦ୍ରନାଥ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ବାଧାନରେ ଡା. ସୁନିଲ କୁମାର ଭତ୍ରା, ଡା. ବିଭୂତି ଭୁଷଣ ଜେନା, ଡା.ରତିକାନ୍ତ ଖଟୁଆ, ଡା. ଶିବରଞ୍ଜନୀ ନାୟକ ପ୍ରମୁଖଙ୍କୁ ନେଇ ଗଠିତ ଟିମ୍ ଚିକିତ୍ସା କରୁଛନ୍ତି।

ଦୁଇଦିନ କାଳ ସାମାନ୍ୟ ଜ୍ବର ଯୋଗୁଁ ସେ ଅସୁସ୍ଥ ହୋଇଯାଇଥିଲେ। ଶନିବାର ଆମ୍ବୁଲେନ୍ସ ପାତ୍ରପୁଟ ଗ୍ରାମରେ ପହଞ୍ଚି ପଦ୍ମଶ୍ରୀ କମଳାଙ୍କୁ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ଅଣାଯାଇ ୬ନମ୍ବର ସ୍ବତନ୍ତ୍ର କକ୍ଷରେ ରଖାଯାଇ ଚିକିତ୍ସା କରାଯାଉଛି। ସୂଚନାଥାଉକି ଦୁଇ ମାସ ପୂର୍ବରୁ ସେ ଅସୁସ୍ଥ ହୋଇଥିଲେ। କିଡନୀ ଜନିତ ସମସ୍ୟା ଆଶଙ୍କା ନେଇ କଟକ ସ୍ଥିତ ଶ୍ରାରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଚିକିତ୍ସା ହୋଇଥିଲେ। ଏହାପରି ତାଙ୍କୁ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ଜିଲ୍ଲା ଚିକିତ୍ସାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

About The Author: The Sakala