କଟକ: OSSTET ପଞ୍ଜୀକରଣ ଅବଧି ବୃଦ୍ଧି କଲା ମାଧ୍ୟମିକ ଶିକ୍ଷା ପରିଷଦ । ୨୩ ତାରିଖ ମଧ୍ୟରାତ୍ରି ଯାଏ ବୃଦ୍ଧି ପାଇଲା ପଞ୍ଜୀକରଣ ଅବଧି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET)-2026 ପାଇଁ ପଞ୍ଜୀକରଣ କରିବାର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ବୋର୍ଡ ପକ୍ଷରୁ ଗତ ୦୧/୦୮/୨୦୨୬ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପୂର୍ବରୁ ଏହି ଆବେଦନ ପ୍ରକ୍ରିୟା ୦୩/୦୮/୨୦୨୬ ଠାରୁ ୧୭/୦୮/୨୦୨୬ ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପରିଷଦ ପକ୍ଷରୁ ଏହି ପଞ୍ଜୀକରଣ ୱିଣ୍ଡୋକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ନୂତନ ବିଜ୍ଞପ୍ତି ଅନୁସାରେ, ପ୍ରାର୍ଥୀମାନେ ଏବେ ଆସନ୍ତା ୨୩ ଅଗଷ୍ଟ ୨୦୨୬ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ନିଜର ପଞ୍ଜୀକରଣ କରିପାରିବେ।
ଯେଉଁ ଯୋଗ୍ୟ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ନିଜର ଆବେଦନ ପ୍ରକ୍ରିୟା ଶେଷ କରିନାହାଁନ୍ତି, ସେମାନଙ୍କୁ ବର୍ଦ୍ଧିତ ସମୟସୀମା ମଧ୍ୟରେ ତୁରନ୍ତ ଅନଲାଇନ୍ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି। ଆଶାୟୀମାନେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ର ଅଫିସିଆଲ୍ ପୋର୍ଟାଲ ମାଧ୍ୟମରେ ହିଁ ନିଜର ଫର୍ମ ଦାଖଲ କରିପାରିବେ।
ପରୀକ୍ଷା ପାଇଁ ଆବଶ୍ୟକୀୟ ଯୋଗ୍ୟତା, ଫି' ବା ଦେୟ ଏବଂ ଆବେଦନ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ BSE Odisha ର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପରାମର୍ଶ ଦିଆଯାଇଛି ।