ଆମେରିକାରୁ ଓଡ଼ିଆ ଝିଅ ଜୟଶ୍ରୀ ପଠାଇଲେ ୫୦ ଲକ୍ଷ

ଭୁବନେଶ୍ୱର : ଓଡ଼ିଆ ଝିଅ ଜୟଶ୍ରୀ ମହାନ୍ତିଙ୍କ ଦ୍ୱାରା ଆମେରିକାରେ ସ୍ଥାପିତ ଆମ ବିଶ୍ୱାସ (ଆୱାର ବିଶ୍ୱାସ) ସଂସ୍ଥା ରାଜ୍ୟର କୋଭିଡ ପରିଚାଳନାରେ ନିଜର ସହଯୋଗ ସ୍ୱରୂପ ୬୮,୫୦୦ ଡଲାର ଅନ୍‍ ଲାଇନ୍‍ ଟ୍ରାନ୍ସଫର୍‍ ମାଧ୍ୟମରେ ଦାନ କରିଛନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ଏନେଇ ଗୃହ ଓ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ଜଣାଇଛନ୍ତି। ଏହି ଦାନ […]

ଭୁବନେଶ୍ୱର : ଓଡ଼ିଆ ଝିଅ ଜୟଶ୍ରୀ ମହାନ୍ତିଙ୍କ ଦ୍ୱାରା ଆମେରିକାରେ ସ୍ଥାପିତ ଆମ ବିଶ୍ୱାସ (ଆୱାର ବିଶ୍ୱାସ) ସଂସ୍ଥା ରାଜ୍ୟର କୋଭିଡ ପରିଚାଳନାରେ ନିଜର ସହଯୋଗ ସ୍ୱରୂପ ୬୮,୫୦୦ ଡଲାର ଅନ୍‍ ଲାଇନ୍‍ ଟ୍ରାନ୍ସଫର୍‍ ମାଧ୍ୟମରେ ଦାନ କରିଛନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ଏନେଇ ଗୃହ ଓ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ଜଣାଇଛନ୍ତି। ଏହି ଦାନ ପଠାଇ ଶ୍ରୀମତୀ ମହାନ୍ତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ କୋଭିଡ ପରିଚାଳନା ଅନେକ ଉତ୍ତମ ଉଦାହରଣ ସୃଷ୍ଟି କରିଛି।

ପଶ୍ଚିମଓଡ଼ିଶା ଓ ବରଗଡ଼ ଜିଲ୍ଲାରେ କୋଭିଡ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଆଗାମୀ ଦିନରେ ଓଡ଼ିଶା କୋଭିଡ୍‍ ସଂଗ୍ରାମରେ ନିଶ୍ଚୟ ବିଜୟୀ ହେବ। ସୂଚନାଯୋଗ୍ୟ, ‘ଆୱାର୍‍ ବିଶ୍ୱାସ’ ସଂସ୍ଥା ୨୦୦୮ ମସିହାରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମହିଳା ବିକାଶ ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରିଆସୁଛି। ସହଯୋଗ ପାଇଁ ଅତିରକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଚୋପ୍ରା ‘ଆୱାର୍‍ ବିଶ୍ୱାସ’ ସଂସ୍ଥାର ସମସ୍ତ କର୍ମକର୍ତ୍ତା ଓ ପ୍ରତିଷ୍ଠାତାଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି।

About The Author: The Sakala