ପ୍ରକାଶ ପାଇଲା ଓଜେଏସ୍ ୨୦୨୩ ରେଜଲ୍ଟ : ସୋମେଶ ରଣବିଜୁଳି ଟପ୍ପର

କଟକ: ଓଡିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡିଶା ଜୁଡିସିଆଲ ସର୍ଭିସ (ଓଜେଏସ)-୨୦୨୩ର ପରୀକ୍ଷା ଫଳ ପ୍ରକାଶ ପାଇଛି । ସିଭିଲ ଜଜ୍‌ ଭାବେ ନିଯୁକ୍ତି ପାଇଁ କୃତକାର୍ଯ୍ୟ ହୋଇଥିବା ୩୩ଜଣଙ୍କ ନାମ ଓପିଏସସି ପକ୍ଷରୁ ସୁପାରିଶ କରାଯାଇଛି । ତନ୍ମଧ୍ୟରେ୨୪ଜଣ ମହିଳା ଓ ୯ଜଣ ପୁରୁଷ ପରୀକ୍ଷାର୍ଥୀ ରହିଛନ୍ତି । ଓଜେଏସ ପରୀକ୍ଷାରେ ସୋମେଶ ରଣ ବିଜୁଳି ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅରୁଣିମା ପତି ଓ ତୃତୀୟ ସ୍ଥାନରେ ରହିଛନ୍ତି ପାୟଲ ଅଟ୍ଟା। […]

କଟକ: ଓଡିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡିଶା ଜୁଡିସିଆଲ ସର୍ଭିସ (ଓଜେଏସ)-୨୦୨୩ର ପରୀକ୍ଷା ଫଳ ପ୍ରକାଶ ପାଇଛି । ସିଭିଲ ଜଜ୍‌ ଭାବେ ନିଯୁକ୍ତି ପାଇଁ କୃତକାର୍ଯ୍ୟ ହୋଇଥିବା ୩୩ଜଣଙ୍କ ନାମ ଓପିଏସସି ପକ୍ଷରୁ ସୁପାରିଶ କରାଯାଇଛି । ତନ୍ମଧ୍ୟରେ୨୪ଜଣ ମହିଳା ଓ ୯ଜଣ ପୁରୁଷ ପରୀକ୍ଷାର୍ଥୀ ରହିଛନ୍ତି ।

ଓଜେଏସ ପରୀକ୍ଷାରେ ସୋମେଶ ରଣ ବିଜୁଳି ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅରୁଣିମା ପତି ଓ ତୃତୀୟ ସ୍ଥାନରେ ରହିଛନ୍ତି ପାୟଲ ଅଟ୍ଟା। ପଛକୁ ପଛ ପ୍ରିୟଙ୍କା ଅଗ୍ରୱାଲ,ସ୍ମିତା ମହାପାତ୍ର,ଅଭିଳାଶ ଦାଶ,ରିତୁପୂର୍ଣ୍ଣା ଦାସ,ଅନ୍ୱେଷା ଦାସ,ରାଜଶ୍ରୀ ପ୍ରିୟଦର୍ଶିନୀ,ମନିଷା ଦାସ,ଆକାଂକ୍ଷା ଭଟ୍ଟଚାର୍ଯୀ,ଅଭୀପ୍ସା ମହାକୁଡ,ଶ୍ରୀୟଙ୍କା ଦାଶ, ଶ୍ୱେତା ପାଢୀ,ସ୍ୱାତୀ ସାମଲ,ରାହୁଲ ବିକ୍ରମ ପାଠୀ,ନାଜିଆ ଫଜଲ,ଆର୍ଯ୍ୟ କୁମାର ସେନାପତି,ଶ୍ରୀତା ଛୋଟରାୟ,ସିମରନ ସକୁନିଆ,ଦେବଦତ୍ତ ଜେନା,ସ୍ୱସ୍ତିକ ଦାଶ,ଗୌତମ ପଟ୍ଟନାୟକ,ଶୁଭଲକ୍ଷ୍ମୀ ଦାଶ,ଉପାସନା ପଣ୍ଡା,ସୁଶ୍ରୀ ଶ୍ରାବଣୀ,ସ୍ମୃତି ପଟ୍ଟନାୟକ,ଆଶିଷ କୁମାର ଦେ,ସ୍ନିଗ୍ଧା ବେହେରା,ଅର୍ପିତା ସାହୁ,ରୋଜାଲିନ ବେହେରା,କାହ୍ନୁ କିସ୍କୁ ଓ କେ.ସି ଇନ୍ଦ୍ରାଣୀ ପ୍ରମୁଖ ୩୩ଜଣିଆ ମେଧା ତାଲିକାରେ ସ୍ଥାନିତ ହୋଇଛନ୍ତି । ପ୍ରକାଶଥାଉକି ଗତ ୨୦୨୪ନଭେମ୍ବର୩ରୁ ୬ତାରିଖ ପର୍ଯ୍ୟନ୍ତ ଓଜେଏସ-୨୦୨୩ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥି ମଧ୍ୟରୁ ପ୍ରୋଭିଜିନାଲ ମେଧାତାଲିକାରେ ସ୍ଥାନ ପାଇଥିବା ୫୪ଜଣଙ୍କୁ ସାକ୍ଷାତକାର ଓ ପ୍ରମାଣପତ୍ର ଯାଞ୍ଚ ପାଇଁ ଡକାଯାଇଥିଲା। ୨୦୨୫ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହି ପ୍ରକ୍ରିୟା ଶେଷ ପରେ ଆଜି ୩୩ଜଣିଆ ଚୂଡାନ୍ତ ମେଧା ତାଲିକା ଓପିଏସସି ପକ୍ଷରୁ ଜାରି କରାଯାଇଛି।

About The Author: The Sakala