SCB ଅଗ୍ନିକାଣ୍ଡ ଘଟଣାର ୯ଦିନ ପରେ ବି ଜଣେ ହେଲେ କେନ୍ଦ୍ରମନ୍ତ୍ରୀ କଟକ ନଆସିବା ଦୁଃଖର କଥା: ନବୀନ

ଭୁବନେଶ୍ୱର: SCB ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହା ଦୁଃଖର ବିଷୟ ଯେ, SCB ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡକୁ ୯ ଦିନ ବିତିଯାଇଥିଲେ ବି ଜଣେ ହେଲେ କେନ୍ଦ୍ର ମନ୍ତ୍ରୀ କଟକ ଯାଇ ନାହାନ୍ତି । ଆମ ସରକାର ସମୟରେ ଅନେକ କେନ୍ଦ୍ରମନ୍ତ୍ରୀ ନିଆଁ ଲାଗିଥିବା ସେହି ଘରୋଇ ହସ୍ପିଟାଲ ଯାଇଥିଲେ । ଏଥିରୁ ଆପଣ ତୁଳନା କରି ପାରିବେ ଯେ, ମୃତ୍ୟୁବରଣ କରିଥିବା ରାଜ୍ୟବାସୀଙ୍କ ପାଇଁ ଏହି ସରକାର କେତେ ଚିନ୍ତିତ । ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା । ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ବିଜେଡି ପ୍ରତିବାଦ ଜାରି ରଖିବ ବୋଲି କହିଛନ୍ତି ନବୀନ । 

About The Author: Madhusudan Das