ଅନଲାଇନ୍ ରେ ମୋବାଇଲ୍‍ ମଗାଇ ଠକିଗଲେ ଯୁବକ

ଭୁବନେଶ୍ୱର : ଅନଲାଇନ୍ ରେ ମୋବାଇଲ୍‍ ମଗାଇ ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି। ସାଇବର ଠକ ତାଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ନେଇଯାଇଛନ୍ତି। ଠକାମୀର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ଆଇଆରସି ଭିଲେଜର ଆଶୁତୋଷ ବେହେରା। ସେ ଏନେଇ ନୂଆପଲ୍ଲୀ ଥାନା ଏବଂ ପରେ ସାଇବର ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି। ଦୁଇ ଦିନ ତଳେ ସେ ସୋସିଆଲ ମିଡ଼ିଆରେ ସମୟ ବିତାଉଥିବା ସମୟରେ ଏକ ବିଜ୍ଞାପନ ଦେଖିବାକୁ ପାଇଥିଲେ। ବିଜ୍ଞାପନରେ ଏକ […]

ଭୁବନେଶ୍ୱର : ଅନଲାଇନ୍ ରେ ମୋବାଇଲ୍‍ ମଗାଇ ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି। ସାଇବର ଠକ ତାଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ନେଇଯାଇଛନ୍ତି। ଠକାମୀର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ଆଇଆରସି ଭିଲେଜର ଆଶୁତୋଷ ବେହେରା। ସେ ଏନେଇ ନୂଆପଲ୍ଲୀ ଥାନା ଏବଂ ପରେ ସାଇବର ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି। ଦୁଇ ଦିନ ତଳେ ସେ ସୋସିଆଲ ମିଡ଼ିଆରେ ସମୟ ବିତାଉଥିବା ସମୟରେ ଏକ ବିଜ୍ଞାପନ ଦେଖିବାକୁ ପାଇଥିଲେ। ବିଜ୍ଞାପନରେ ଏକ ଦାମୀ ମୋବାଇଲ୍‍ ଫୋନ୍‍ର ମୂଲ୍ୟ କମ୍‍ ଥିବା ଦେଖି ମଗାଇଥିଲେ।

ହେଲେ ସଂସ୍ଥା ପକ୍ଷରୁ ପ୍ରଥମେ ଅଗ୍ରିମ ଆକାରରେ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ତେଣୁ ଜଣେ ବ୍ୟକ୍ତି ଆଶୁତୋଷକୁ ଫୋନ୍‍ କରି ଉକ୍ତ ଅନ୍‍ଲାଇନ୍‍ ସଂସ୍ଥାରୁ କଲ୍‍ କରିଥିବା କହିଥିଲେ। ତେଣୁ ତୁମର ଟଙ୍କା କାରବାର୍‍ ହେଉନାହିଁ। ତେଣୁ ତୁମକୁ ଏକ ଲିଙ୍କ୍‍ ଦିଆଯାଉଛି। ତାହାକୁ କ୍ଲିକ୍‍ କରି ଟଙ୍କା ପଠାଅ ବୋଲି ସାଇବର୍‍ ଠକ କହିଥିଲେ। ଠକର କଥା ଆଧାରରେ ଆଶୁତୋଷ ଟଙ୍କା ପଠାଇ ଦେଇଥିଲେ। ଏହା ପରେ ଦୁଇ ଥରକେ ଆଶୁତୋଷଙ୍କ ଆକାଉଣ୍ଟରୁ ଟଙ୍କା କଟି ଯାଇଥିଲା।

About The Author: The Sakala