ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ଘଟଣା: ଆଉ ଜଣେ ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ, ଗିରଫ ସଂଖ୍ୟା ୧୮କୁ ବୃଦ୍ଧି

ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣା । ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ୪୬ ବର୍ଷୀୟ ପ୍ରଦୀପ ମଙ୍ଗରାଜ ଗିରଫ। ଢେଙ୍କାନାଳରୁ ପ୍ରଦୀପକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ପ୍ରଦୀପ ଘର ବାଲିଅନ୍ତା ଥାନା ବେଣୁପୁର ଗ୍ରାମରେ।  ଏହି କେସରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୮ ରେ ପହଞ୍ଚିଛି । 

ମୁଖ୍ୟ ଅଭିଯୁକ୍ତମାନେ ବାଉଁଶରେ ସୌମ୍ୟଙ୍କ ମୁଣ୍ଡ ଓ ଅନ୍ୟ ସମ୍ବେଦନଶୀଳ ଅଙ୍ଗକୁ ମାଡ଼ ମାରିଥିଲା । ଅନ୍ୟକୁ ମାଡ଼ ମାରିବା ପାଇଁ ମଧ୍ୟ ଉସୁକାଇଥିଲେ। ପୂର୍ବରୁ ଥାନା ଓ କ୍ରାଇମସ୍ପଟକୁ ଯାଇ ଅଧିକ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ। ଏକାଧିକ ଲୋକଙ୍କ ବୟାନ ରେକର୍ଡ, ସାଇଣ୍ଟିଫିକ ଏଭିଡ଼େନ୍ସ ଜରିଆରେ ଆକ୍ସନ ମୋଡ଼କୁ ଆସିଛି କ୍ରାଇମବ୍ରାଞ୍ଚ। ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆହୁରି ୧୦ରୁ ଉର୍ଦ୍ଧ୍ୱ ଲୋକ ସମ୍ପୃକ୍ତି ଥିବା ଜଣାପଡିବା ପରେ ଜିଲ୍ଲା ବାହାରେ ଚଢ଼ାଉ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଭାଇରାଲ ଭିଡିଓ ଆଧାରରେ ତଦନ୍ତ ଚାଲିଥିବା ବେଳେ ବିଭିନ୍ନ ଦିଗକୁ ଦୃଷ୍ଟି ଦିଆଯାଉଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ସେପଟେ ସମ୍ବେଦନଶୀଳ ମାମଲାରେ ବିଭିନ୍ନ ପକ୍ଷକୁ ଜେରା କରୁଛନ୍ତି ଜାତୀୟ ମାନବାଧିକାର କମିଶନଙ୍କ ଖଣ୍ଡପୀଠ। 

About The Author: Madhusudan Das