କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ୍ ପଳସା ନିକଟରେ ମାଲବାହୀ ଟ୍ରେନ୍ ଧକ୍କାରେ ଏକ ମାଈହାତୀର ମୃତ୍ୟୁ ଘଟିଛି । ଘଟଣାସ୍ଥଳର ପହଞ୍ଚି ବନ ବିଭାଗର ତଦନ୍ତ ଜାରିରଖିଛି ।
ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ କୁହୁଡ଼ି ପଡ଼ିଥିବା ବେଳେ, ନୟାଗଡ଼ ଓ ଜୁରୁଡ଼ି ଷ୍ଟେସନ୍ ମଝିରେ ପଳସା ନିକଟରେ ଟ୍ରେନ୍ ଲାଇନ୍ ପାର୍ କରୁଥିବା ବେଳେ ହାତୀକୁ ଧକ୍କା ଦେଇଥିଲା ଟ୍ରେନ୍ । ଫଳରେ ଘଟଣାସ୍ଥଳରେ ମାଈ ହାତୀର ମୃତ୍ୟୁ ଘଟିଥିଲା । ମୃତ ହାତୀର ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ସୂଚନା ମିଳିଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।