ଜୋମାଟୋରୁ ଅର୍ଡର କରି ବେଙ୍ଗାଲୁରୁରେ ଫସି ରହିଥିବା ଓଡ଼ିଆ ପ୍ରବାସୀଙ୍କୁ ଖାଦ୍ଯ ଖୁଆଇଲେ ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ର

ଭୁବନେଶ୍ୱର: ବାହାର ରାଜ୍ୟରେ ଫସିରହିଥିବା ଓଡ଼ିଆଙ୍କ ପାଇଁ ଦେବଦୂତ ସାଜିଛନ୍ତି ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ର। କରୋନାର ଦ୍ବିତୀୟ ଲହର ଆରମ୍ଭ ହେଉ ହେଉ ସବ୍ୟସାଚୀ ପୁଣି ସାହାଯ୍ୟର ହାତ ବଢ଼ାଇବା ଆରମ୍ଭ କରିଦେଇଛନ୍ତି। ସବୁବେଳ ସେ ଲୋକଙ୍କ ଦୁଃସମୟରେ ସାହାଯ୍ୟ ହାତ ବଢାଇଥାନ୍ତି, ପାରୁ ପର୍ଯ୍ଯନ୍ତ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ଯ କରିବାକୁ ଚେଷ୍ଟା କରିଥାନ୍ତି। ରାଜ୍ୟ ବାହାରେ ଥିବା ଲୋକଙ୍କୁ ପୁଣି ଥରେ ସାହାଯ୍ୟର ହାତ ବଢାଇଛନ୍ତି ସବ୍ୟସାଚୀ। କରୋନା ମହାମାରୀ ସମୟରେ ବିଭିନ୍ନ […]

ଭୁବନେଶ୍ୱର: ବାହାର ରାଜ୍ୟରେ ଫସିରହିଥିବା ଓଡ଼ିଆଙ୍କ ପାଇଁ ଦେବଦୂତ ସାଜିଛନ୍ତି ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ର। କରୋନାର ଦ୍ବିତୀୟ ଲହର ଆରମ୍ଭ ହେଉ ହେଉ ସବ୍ୟସାଚୀ ପୁଣି ସାହାଯ୍ୟର ହାତ ବଢ଼ାଇବା ଆରମ୍ଭ କରିଦେଇଛନ୍ତି। ସବୁବେଳ ସେ ଲୋକଙ୍କ ଦୁଃସମୟରେ ସାହାଯ୍ୟ ହାତ ବଢାଇଥାନ୍ତି, ପାରୁ ପର୍ଯ୍ଯନ୍ତ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ଯ କରିବାକୁ ଚେଷ୍ଟା କରିଥାନ୍ତି। ରାଜ୍ୟ ବାହାରେ ଥିବା ଲୋକଙ୍କୁ ପୁଣି ଥରେ ସାହାଯ୍ୟର ହାତ ବଢାଇଛନ୍ତି ସବ୍ୟସାଚୀ। କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ଯରେ ଓଡ଼ିଆ ଲୋକ ଫସି ରହିଛନ୍ତି। ଭୂତାଣୁ ଭୟରେ ଘରେ ବନ୍ଦୀ ହୋଇ ରହିଛନ୍ତି ପ୍ରବାସୀ ଶ୍ରମିକ । କରୋନା ପାଇଁ କିଏ ମେଡିକାଲରେ ବାହାରେ ଘଣ୍ଟା ଘଣ୍ଟା ଧରି ବେଡ୍, ଅକ୍ସିଜେନ୍ ପାଇଁ ସଂଘର୍ଷ କରୁଛି ତ, ଆଉ କିଏ ପେଟପାଟଣା ପାଇଁ । ଏଭଳି ଦୁଃସମୟରେ ବେଙ୍ଗାଲୁରୁରେ ଫସି ରହିଥିବା ଓଡ଼ିଆଙ୍କ ପାଖରେ ପହଞ୍ଚାଇଛନ୍ତି ଖାଦ୍ଯ। ଏଥିସହ ଫସିରହିଥିବା ପ୍ରବାସୀ ଖାଦ୍ଯ ଖାଇବା ପରେ ଯାଇଁ  ସବ୍ୟସାଚୀ ଖାଦ୍ଯ ଗ୍ରହଣ କରିଛନ୍ତି।

ସୂଚନା ଅନୁଯାୟୀ, ବେଙ୍ଗାଳୁରୁର ଏକ କମ୍ପାନୀରେ କାମ କରୁଥିବା ୫ ଜଣଙ୍କ ପାଖରେ ଟଙ୍କା ସରିଯିବା ସହ ରୋଷେଇ ଗ୍ୟାସ୍ ସରି ଯାଇଥିଲା । ଫଳରେ ସେମାନେ ଭୋକ ଉପାସରେ ୩ ଦିନ କାଟିବା ପରେ ସବ୍ୟସାଚୀଙ୍କୁ ଟ୍ୱିଟ୍ କରିଥିଲେ ।

ଏହା ପରେ ସବ୍ୟସାଚୀ ବଢ଼ାଇଥିଲେ ସହାୟତାର ହାତ । ସେମାନଙ୍କ ଲାଗି ଅନଲାଇନରେ ବିରିୟାନୀ ଅର୍ଡର କରିବା ସହ ସେମାନେ ଖାଇବା ପର୍ଯ୍ଯନ୍ତ ଅପେକ୍ଷା କରିଥିଲେ ସବ୍ୟସାଚୀ । ପ୍ରବାସୀଙ୍କ ପାଖରେ ବିରିୟାନୀ ପହଞ୍ଚିଲା। ସେମାନେ ଖାଇବା ପରେ ସବ୍ୟସାଚୀ ଖାଇଥିଲେ ।

ଏତିକି ନୁହେଁ କର୍ଣ୍ଣାଟକରେ ସଂକ୍ରମଣ ପିକରେ ରହିଥିବା ବେଳେ କାମଧନ୍ଦା ବନ୍ଦ ଥିବାରୁ ସେମାନଙ୍କୁ ଚଳିବା ଲାଗି ସବ୍ୟସାଚୀ ମିଶ୍ର ଟଙ୍କା ମଧ୍ୟ ପଠାଇଛନ୍ତି । ପୁନଶ୍ଚ କାମଧନ୍ଦା ଆରମ୍ଭ ହେବା ଯାଏ ସବ୍ୟସାଚୀ ସେମାନଙ୍କ ଖାଇବା, ପିଇବା କଥା ବୁଝିବେ ବୋଲି କହିଛନ୍ତି । ସବ୍ୟସାଚୀଙ୍କ ଠାରୁ ସାହାଯ୍ୟ ପାଇବେ ପରେ ପ୍ରବାସୀ ଓଡ଼ିଆ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବେଙ୍ଗଳୁରୁରେ ଫସିଥିବା ଏହି ୫ ଜଣ ନୁହେଁ ଏମିତି ଦେଶର ବିଭିନ୍ନ ସ୍ଥାନରେ କରୋନା ପାଇଁ ହଇରାଣ ହେଉଥିବା ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସବ୍ୟସାଚୀ ମିଶ୍ର । ଆବଶ୍ୟକତା ଅନୁସାରେ କୋଭିଡ୍ ଆକ୍ରାନ୍ତଙ୍କୁ ବେଡ୍ ସହ ଔଷଧ ଯୋଗାଇ ଦେଉଛନ୍ତି ସବ୍ୟସାଚୀ । କରୋନାର ପ୍ରଥମ ଲହର ବେଳେ ସବ୍ୟସାଚୀ ମଧ୍ୟ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥିଲେ । ଏବେ ସହାୟତା ଲାଗି ସବ୍ୟସାଚୀ ଅନଲାଇନ୍ ଫର୍ମ ଲିଙ୍କ୍ ଦେଇଛନ୍ତି ।

About The Author: The Sakala