ପଞ୍ଚାୟତ ନିର୍ବାଚନ ସମୟରେ ମିଥ୍ୟା ପେଟ୍ରୋଲ୍‌ ବିଲ୍‌ ଦେବା ଅଭିଯୋଗରେ ୩ କନେଷ୍ଟବଳ ନିଲମ୍ୱିତ

ସମ୍ବଲପୁର: ଗତ ପଞ୍ଚାୟତ ନିର୍ବାଚନ ସମୟରେ ଜିଲ୍ଲା ପୁଲିସ୍‌ ବିଭାଗ ପକ୍ଷରୁ ବ୍ୟବହାର ହୋଇଥିବା ଗାଡ଼ିଗୁଡ଼ିକରେ ତେଲ ଭର୍ତ୍ତି ନେଇ ଓଭର ବିଲିଂ କରାଯାଇଥିବା ଘଟଣାରେ ୩ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ୩ ଜଣ କନେଷ୍ଟବଲ ହେଲେ ସୀମାଞ୍ଚଳ ସେଠୀ, ଅଜିତ ଧଳ ଓ ରଞ୍ଜିତ ସ୍ବାଇଁ । ତେଲ ଭର୍ତ୍ତିରେ ଓଭର ବିଲିଂର ଅଭିଯୋଗ ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ସୂଚନା ଆସିବା ପରେ ଜିଲ୍ଲା ପୁଲିସ ପକ୍ଷରୁ ଏହାର ତଦନ୍ତ କରାଯାଇ […]

ସମ୍ବଲପୁର: ଗତ ପଞ୍ଚାୟତ ନିର୍ବାଚନ ସମୟରେ ଜିଲ୍ଲା ପୁଲିସ୍‌ ବିଭାଗ ପକ୍ଷରୁ ବ୍ୟବହାର ହୋଇଥିବା ଗାଡ଼ିଗୁଡ଼ିକରେ ତେଲ ଭର୍ତ୍ତି ନେଇ ଓଭର ବିଲିଂ କରାଯାଇଥିବା ଘଟଣାରେ ୩ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ୩ ଜଣ କନେଷ୍ଟବଲ ହେଲେ ସୀମାଞ୍ଚଳ ସେଠୀ, ଅଜିତ ଧଳ ଓ ରଞ୍ଜିତ ସ୍ବାଇଁ । ତେଲ ଭର୍ତ୍ତିରେ ଓଭର ବିଲିଂର ଅଭିଯୋଗ ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ସୂଚନା ଆସିବା ପରେ ଜିଲ୍ଲା ପୁଲିସ ପକ୍ଷରୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୧୬ଟି ପୋଲିସ ଭ୍ୟାନର ଦୂରତା ଓ ଡିଜେଲ ପରିମାଣ ଖାପ ଖାଉନଥିଲା । ତେବେ ତଦନ୍ତ ଜାରି ରହିଥିବା ନେଇ ଡିଏସ୍‌ପି ଶ୍ରୀ ଯୋଗେଶ୍ୱର ଓରାମ କହିଛନ୍ତି ।

About The Author: The Sakala