ଭୁବନେଶ୍ବର : ପେଟ୍ରୋଲ-ଡିଜେଲ୍ ଦାମ୍ ଆକାଶଛୁଆଁ ହେବାରେ ଲାଗିଛି। ଲଗାତର ତେଲ ଦାମ୍ ବଢିବା ଫଳରେ ସାଧାରଣ ନାଗରିକ ଚିନ୍ତାରେ ପଡିଯାଉଛନ୍ତି ।ଆଜି ପେଟ୍ରୋଲ ଲିଟର ପିଛା ୩୬ ପଇସା ଓ ଡିଜେଲ ଲିଟର ପିଛା ୩୮ ପଇସା ବୃଦ୍ଧି ପାଇଛି । ଫଳରେ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୧୦୮ଟଙ୍କା ୯୦ପଇସା ଓ ଡିଜେଲ ଲିଟର ପିଛା ୧୦୫ ଟଙ୍କା ୪୭ ପଇସାରେ ପହଞ୍ଚିଛି । ରାଜ୍ୟରେ ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୪୮ ଟଙ୍କାରେ ପହଁଚିଛି।
ଅନ୍ୟପଟେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭.୫୯ ପଇସା ଓ ଡିଜେଲ ଦର ୯୬.୩୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୪୬ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୧୦୪ ଟଙ୍କା ୩୮ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୮ ଟଙ୍କା ୧୧ ପଇସା ଥିବାବେଳେ ଡିଜେଲ ଦର ୯୯ ଟଙ୍କା ୪୩ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୪ ଟଙ୍କା ୫୨ ପଇସା ଥିବା ବେଳେ ଡିଜେଲ ଦାମ ୧୦୦ ଟଙ୍କା ୫୯ ପଇସା ରହିଛି।