ନି ଷ୍ଟ୍ରାଇକର ଅଫ୍ ଇଣ୍ଡିଆ ତଥା ଏସିଆ ବୁକ୍ ଅଫ୍ ରେକର୍ଡସ୍ ଅଧିକାରୀ ଓଡ଼ିଆ ପୁଅ ସଚିନ ବେହେରାଙ୍କୁ ଓଡ଼ିଶା କ୍ରୀଡ଼ାମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଓଡ଼ିଶାର ଗର୍ବ ତଥା ୩ ଥର ଗିନିଜ୍ ୱାର୍ଲ୍ଡ ରେକର୍ଡ ହୋଲ୍ଡର ନି ଷ୍ଟ୍ରାଇକର ଅଫ୍ ଇଣ୍ଡିଆ ସଚିନ ବେହେରା ପୁଣି ଥରେ ଦୁଇ-ଦୁଇଟି ରେକର୍ଡ ହାସଲ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡସ୍ ରେ ନିଜ ନାଁ ସ୍ଥାପନ କରି ରାଜ୍ୟର ନାଁ ଗୌରବାନ୍ୱିତ କରିଛନ୍ତି। ସୂଚନାଯୋଗ୍ୟ ଯେ ସଚିନ ୨୦୧୯ ରେ ପ୍ରଥମ ଗିନିଜ୍ ୱାର୍ଲ୍ଡ ରେକର୍ଡ ଏବଂ ୨୦୨୨ ରେ ଦ୍ୱିତୀୟ ଓ ତୃତୀୟ ଗିନିଜ୍ ୱାର୍ଲ୍ଡ ରେକର୍ଡ ହାସଲ କରି ନୂଆପଡ଼ା ଜିଲ୍ଲାର ପ୍ରଥମ ଗିନିଜ୍ ହୋଲ୍ଡର ହୋଇଥିଲେ। ତାଙ୍କର ଏହି ନୂତନ ସଫଳତା ପାଇଁ ଆଜି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ବାସଭବନରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ପ୍ରଥମ ରେକର୍ଡ  ୧ କେଜି ଆଙ୍କଲ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ୧ ମିନିଟରେ ୧୦୩ ଥର ଫୁଲ୍ କଣ୍ଟାକ୍ଟ ନି ଷ୍ଟ୍ରାଇକ୍ ରେକର୍ଡ  ଓ ଦ୍ୱିତୀୟ ରେକର୍ଡ ୫ କେଜି ଆଙ୍କଲ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ୧ ମିନିଟରେ ୮୮ ଥର ଫୁଲ୍ କଣ୍ଟାକ୍ଟ ନି ଷ୍ଟ୍ରାଇକ୍ ଉଭୟ ରେକର୍ଡ ପୁରୁଷ ବର୍ଗରେ ସ୍ଥାପିତ ହୋଇଛି। ଏହି ରେକର୍ଡ ପ୍ରଚେଷ୍ଟା ୧୦ ସେପ୍ଟେମ୍ବର ୨୦୨୬ ରେ ଓଭରଅଲ୍ ସ୍ପୋର୍ଟସ୍ ଏକାଡେମୀ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଏକ୍ସପର୍ଟ ସାକ୍ଷୀ ଭାବେ ଶ୍ରୀ ସୌମ୍ୟ ରଞ୍ଜନ ଦାସ, କିକ୍ ପ୍ୟାଡ୍ ଧାରକ ଭାବେ ଶ୍ରୀ କୃପାସିନ୍ଧୁ ବାରିକ ଏବଂ ଟାଇମ୍ କିପର ଭାବେ ଶ୍ରୀ ସନ୍ଦୀପ ପଟ୍ଟନାୟକ ଉପସ୍ଥିତ ଥିଲେ। ପରେ ୧୫ ସେପ୍ଟେମ୍ବର ୨୦୨୬ ରେ ଇଣ୍ଡିଆ ଏବଂ ୨୪ ସେପ୍ଟେମ୍ବର ୨୦୨୬ ଏସିଆ ବୁକ୍ ଅଫ୍ ରେକର୍ଡସ୍ ତରଫରୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯାଇଛି।

ଏହି ଗୌରବମୟ ସଫଳତା ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ନିଜ ବାସଭବନ ଠାରେ ସଚିନ ବେହେରାଙ୍କୁ ଭେଟି ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି।

About The Author: Madhusudan Das