ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ, ପୋଷ୍ଟମର୍ଟମ ରିପୋର୍ଟ ପାଇଁ ନେଉଥିଲେ ଲାଞ୍ଚ…

କଟକ: ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ। ଲାଞ୍ଚ ନେବା ବେଳେ ଧରାପଡିଲେ କଟକ ବଡ଼ମ୍ବା ସିଏଚସି ଡାକ୍ତର ବିଶ୍ବନାଥ ଅଢ଼େକ। ଏକ ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲାବେଳେ କାବୁ କଲା ଭିଜିଲାନ୍ସ। ୫,୦୦୦ ଦାବି କରି ଦ୍ବିତୀୟ କିସ୍ତିରେ ୨ ହଜାର ନେଉଥିଲେ। ଏହି ସମୟରେ ଧରାପଡ଼ିଛନ୍ତି ଡାକ୍ତର। ଏହି ମାମଲାରେ ଧରାପଡିବା ପରେ ଡାକ୍ତରଙ୍କ ଦୁଇଟି ଘରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ରେଡ୍ ଚାଲିଛି। ‌ଡାକ୍ତର ବିଶ୍ବନାଥ ଅଢ଼େକ ଜଣେ ସର୍ଜରୀ ସ୍ପେସାଲିଷ୍ଟ। […]

କଟକ: ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ। ଲାଞ୍ଚ ନେବା ବେଳେ ଧରାପଡିଲେ କଟକ ବଡ଼ମ୍ବା ସିଏଚସି ଡାକ୍ତର ବିଶ୍ବନାଥ ଅଢ଼େକ। ଏକ ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲାବେଳେ କାବୁ କଲା ଭିଜିଲାନ୍ସ। ୫,୦୦୦ ଦାବି କରି ଦ୍ବିତୀୟ କିସ୍ତିରେ ୨ ହଜାର ନେଉଥିଲେ। ଏହି ସମୟରେ ଧରାପଡ଼ିଛନ୍ତି ଡାକ୍ତର। ଏହି ମାମଲାରେ ଧରାପଡିବା ପରେ ଡାକ୍ତରଙ୍କ ଦୁଇଟି ଘରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ରେଡ୍ ଚାଲିଛି। ‌ଡାକ୍ତର ବିଶ୍ବନାଥ ଅଢ଼େକ ଜଣେ ସର୍ଜରୀ ସ୍ପେସାଲିଷ୍ଟ। ଡାକ୍ତର ଜଣଙ୍କ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ମୃତ ପୁଅର ପୋଷ୍ଟମର୍ଟମ ରିପୋର୍ଟ ପ୍ରଦାନ କରିବା ପାଇଁ ଏବଂ ବିଚାର ସମୟରେ କୋର୍ଟରେ ଅନୁକୂଳ ପ୍ରମାଣ ଦାଖଲ କରିବାର ପ୍ରତିଶ୍ରୁତି ସହିତ ମୋଟ ୫,୦୦୦ ଟଙ୍କା ଦାବି କରିଥିଲେ। ହେଲେ ଦ୍ୱିତୀୟ କିସ୍ତି ଭାବରେ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

About The Author: The Sakala