ଅନଲକ 2.0 : ରାଜ୍ଯରେ ଜୁଲାଇ ୧୬ ଯାଏଁ  ଆଶିଂକ ଲକଡାଉନ, ଜାଣନ୍ତୁ କଣ ଖୋଲା ଓ ବନ୍ଦ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଖସୁଥିବାରୁ ଅନଲକ କରିବା ପାଇଁ ରାଜ୍ୟସରାକାର ସ୍ବତନ୍ତ୍ର ରଣନୀତି ଆପଣାଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲାଗୁଡିକୁ ୨ ଭାଗରେ ବିଭକ୍ତ କରାଯାଇଥିଲା। ପୂର୍ବପରି ଏଥର ମଧ୍ଯ ସମସ୍ତ ଜିଲ୍ଲାକୁ  କାଟାଗୋରୀ ‘ଏ’ ଓ କାଟାଗୋରୀ ‘ବି’ରେ ବିଭକ୍ତ କରାଯାଇଛି । କୋଟାଗୋରୀ ‘ଏ’-ରେ ୨୦ଟି ଜିଲ୍ଲା ରହିଥିବା ବେଳେ କୋଟାଗୋରୀ ‘ବି’ରେ ୧୦ଟି ଜଲ୍ଲା ରହିଛି ବୋଲି ପ୍ରେସମିଟରେ ମୁଖ୍ଯ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। କୋଟାଗୋରୀ ‘ଏ’-ରେ ୨୦ଟି ଜିଲ୍ଲାରେ ସପ୍ତାହନ୍ତ […]

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଖସୁଥିବାରୁ ଅନଲକ କରିବା ପାଇଁ ରାଜ୍ୟସରାକାର ସ୍ବତନ୍ତ୍ର ରଣନୀତି ଆପଣାଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲାଗୁଡିକୁ ୨ ଭାଗରେ ବିଭକ୍ତ କରାଯାଇଥିଲା। ପୂର୍ବପରି ଏଥର ମଧ୍ଯ ସମସ୍ତ ଜିଲ୍ଲାକୁ  କାଟାଗୋରୀ ‘ଏ’ ଓ କାଟାଗୋରୀ ‘ବି’ରେ ବିଭକ୍ତ କରାଯାଇଛି । କୋଟାଗୋରୀ ‘ଏ’-ରେ ୨୦ଟି ଜିଲ୍ଲା ରହିଥିବା ବେଳେ କୋଟାଗୋରୀ ‘ବି’ରେ ୧୦ଟି ଜଲ୍ଲା ରହିଛି ବୋଲି ପ୍ରେସମିଟରେ ମୁଖ୍ଯ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। କୋଟାଗୋରୀ ‘ଏ’-ରେ ୨୦ଟି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ରହିବନାହିଁ। ରାଜ୍ଯରେ ୧୬ ଜୁଲାଇ ଯାଏଁ  ଆଶିଂକ ଲକଡାଉନ ରହିବ । ମଲ, ସ୍ପା ଓ ପାର୍ଲର ଛାଡି ଆଉ ସମସ୍ତ ଦୋକାନ ଖୋଲିବ। ବାହାଘର, ବ୍ରତଘର ଓ ଅନ୍ତିମ ସଂସ୍କାରରେ ପାଇଁ ପୁରୁଣା ନିୟମ ଜାରି ରହିବ।ଏଥିସହ ରାଜ୍ଯର ସମସ୍ତ ଜିଲ୍ଲାରେ ପୂର୍ବପରି ନାଇଟ କର୍ଫ୍ଯୁ ଜାରି ରହିବ।

କାଟାଗୋରୀ ‘ଏ’ରେ ଥିବା ୨୦ଟି ଜିଲ୍ଲା ଗୁଡିକ ହେଲା।  ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା , ଅଗୁଗୁଳ, କେନ୍ଦୁଝର ଏବଂ ଢ଼େଙ୍କାନାଳ ।

କାଟାଗୋରୀ ‘ବି’ ରେ ୧୦ଟି ଜିଲ୍ଲା ଗୁଡ଼ିକ ହେଲା ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ,ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର

କାଟାଗୋରୀ ‘ଏ’:

– ସକାଳ ୬ରୁ ସନ୍ଧ୍ଯା ୬ଟା ଯାଏଁ ଦୋକାନ ବଜାର ଖୋଲା ରହିବି।

-ବସ ଚଳାଚଳାକୁ ଅନୁମତି

-ସେଲୁନ ଖୋଲିବ

-୨୦ ଜିଲ୍ଲାରେ ଇନ୍‌ଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ

କାଟାଗୋରୀ ‘ବି’

-ସକାଳ ୬ରୁ ଦିନ ୨ଟା ଯାଏଁ ଦୋକାନ ବଜାର ଖୋଲା ରହିବି।

-ବସ ଚଳାଚଳାକୁ ଅନୁମତି ନାହିଁ

-୧୦ ଜିଲ୍ଲାରେ କେବଳ ‌ଆଉଟଡୋର ସୁଟିଂ ପାଇଁ ସରକାରଙ୍କ ଅନୁମତି

–  ପୂର୍ବ ପରି ଜାରି ରହିବ ସପ୍ତାହନ୍ତ ସଟଡାଉନ

 

 

About The Author: The Sakala