ଇଣ୍ଡିଆ ସ୍କିଲ୍‌ ପ୍ରତିଯୋଗିତାରେ ଓଡିଶାର ଉଲ୍ଲେଖନୀୟ ସଫଳତା, ୧୦ ସ୍ୱର୍ଣ୍ଣ ସହ ସର୍ବାଧିକ ୫୧ ପଦକ ହାସଲ

ଭୁବନେଶ୍ୱର : ଦକ୍ଷତା ବିକାଶ ପ୍ରତିଯୋଗିତାରେ ପୁଣି ଥରେ କୀର୍ତ୍ତିମାନ ସ୍ଥାପନ କରିଛି ଓଡ଼ିଶା। ନିକଟରେ ସମାପ୍ତ ହୋଇଥିବା ‘ଇଣ୍ଡିଆ ସ୍କିଲ୍‌’ ପ୍ରତିେଯାଗିତାେର ଓଡ଼ିଶା ସର୍ବାଧିକ ପଦକ ହାସଲ କରିବାରେ ସଫଳ ହୋଇଛି। େସାମବାର ନୂଆଦିଲ୍ଲୀର ତାଲକଟୋରା ଇଣ୍ଡୋର ଷ୍ଟାଡିୟମ୍‍ରେ ଆୟୋଜିତ ଇଣ୍ଡିଆ ସ୍କିଲ-୨୦୨୨ ପ୍ରତିଯୋଗିତାରେ ଓଡ଼ିଶା ୧୦ଟି ସ୍ୱର୍ଣ୍ଣ ପଦକ ସହିତ ୧୮ଟି ରୌପ୍ୟ, ୯ଟି କାଂସ୍ୟ ଏବଂ ୧୪ ମେଡାଲିୟନ୍‍ ଅଫ୍‍ ଏକ୍ସଲେନ୍ସ ସହିତ ସର୍ବମୋଟ ୫୧ଟି ପଦକ ହାସଲ କରିଛି। ସ୍ୱର୍ଣ୍ଣ ପଦକ […]

ଭୁବନେଶ୍ୱର : ଦକ୍ଷତା ବିକାଶ ପ୍ରତିଯୋଗିତାରେ ପୁଣି ଥରେ କୀର୍ତ୍ତିମାନ ସ୍ଥାପନ କରିଛି ଓଡ଼ିଶା। ନିକଟରେ ସମାପ୍ତ ହୋଇଥିବା ‘ଇଣ୍ଡିଆ ସ୍କିଲ୍‌’ ପ୍ରତିେଯାଗିତାେର ଓଡ଼ିଶା ସର୍ବାଧିକ ପଦକ ହାସଲ କରିବାରେ ସଫଳ ହୋଇଛି। େସାମବାର ନୂଆଦିଲ୍ଲୀର ତାଲକଟୋରା ଇଣ୍ଡୋର ଷ୍ଟାଡିୟମ୍‍ରେ ଆୟୋଜିତ ଇଣ୍ଡିଆ ସ୍କିଲ-୨୦୨୨ ପ୍ରତିଯୋଗିତାରେ ଓଡ଼ିଶା ୧୦ଟି ସ୍ୱର୍ଣ୍ଣ ପଦକ ସହିତ ୧୮ଟି ରୌପ୍ୟ, ୯ଟି କାଂସ୍ୟ ଏବଂ ୧୪ ମେଡାଲିୟନ୍‍ ଅଫ୍‍ ଏକ୍ସଲେନ୍ସ ସହିତ ସର୍ବମୋଟ ୫୧ଟି ପଦକ ହାସଲ କରିଛି। ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୧ ଲକ୍ଷ, ରୌପ୍ୟ ପଦକ ବିଜେତାଙ୍କୁ ୭୫ ହଜାର, କାଂସ୍ୟ ପଦକ ବିଜେତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ମିଳିଛି।


ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ହେବ। ଏମ୍‍ଏସ୍‍ଡିଇ ସ୍କିଲ ଇଣ୍ଡିଆ ଏବଂ ଏନ୍‍ଏସ୍‍ଡିସି ପକ୍ଷରୁ ଆୟୋଜିତ ଏହି ଇଣ୍ଡିଆ ସ୍କିଲ୍‌- ୨୦୨୨ ପ୍ରତିଯୋଗିତାରେ ଓଡ଼ିଶାରୁ ୭୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି ଯୁବତୀ। ଆଜିର ପ୍ରତିଯୋଗିତାରେ ପଦକ ଲାଭ କରିଥିବା ପ୍ରତିଯୋଗୀମାନେ ସାଂଘାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଦକ୍ଷତା  ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗଚୀ ଏବଂ ସିଇଓ ଜି ରଘୁ ନୂଆଦିଲ୍ଲୀରେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ବିଜେତା ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

About The Author: The Sakala