ଦିଲ୍ଲୀରେ ମାଓ ସମୀକ୍ଷା ବୈଠକ : ଓଡିଶାର ମାଓଦମନ ନିତିକୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ବର : ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକର ସୁରକ୍ଷା ସ୍ଥିତିକୁ ସମୀକ୍ଷା ପାଇଁ ଆଜି ନୂଆଦିଲ୍ଲୀରେ ଆୟୋଜିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଓଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ ନକ୍ସଲ ପ୍ରଭାବିତ ରାଜ୍ୟର ପୁଲିସ ଡିଜି ଏବଂ ମୁଖ୍ୟ ଶାସନ ସଚିବ ଯୋଗ ଦେଇଥିଲେ । ଏହି ବୈଠକରେ ଓଡିଶାର ମାଓଦମନ ନିତିକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ […]

ଭୁବନେଶ୍ବର : ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକର ସୁରକ୍ଷା ସ୍ଥିତିକୁ ସମୀକ୍ଷା ପାଇଁ ଆଜି ନୂଆଦିଲ୍ଲୀରେ ଆୟୋଜିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଓଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ ନକ୍ସଲ ପ୍ରଭାବିତ ରାଜ୍ୟର ପୁଲିସ ଡିଜି ଏବଂ ମୁଖ୍ୟ ଶାସନ ସଚିବ ଯୋଗ ଦେଇଥିଲେ ।

ଏହି ବୈଠକରେ ଓଡିଶାର ମାଓଦମନ ନିତିକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇଛି । ଏହା କେବଳ ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ । ତାଙ୍କର ମାଓଦମନ ରଣନୀତୀ ଯୋଗୁ ଓଡିଶାରେ ପୂର୍ବ ଅପେକ୍ଷା ମାଓ ପ୍ରବଣ ଜିଲ୍ଲା ଡ୍ରାସ ପାଇବା ସହ ମାଓ ହିଂସା ଦେଖିବାକୁ ମିଳୁନି ।

ଅନ୍ୟପଟେ ରାଜ୍ୟର ପୂର୍ବରୁ ଓଡ଼ିଶାର ୨୧ ଜିଲ୍ଲା ନକ୍ସଲ ଉପଦ୍ରୁତ ଥିଲା । ଏବେ ୭ ଜିଲ୍ଲାରେ ନକ୍ସଲଙ୍କ କାର୍ଯ୍ୟକଳାପ ରହିଛି। ସେହି ଅଞ୍ଚଳ ଗୁଡିକରେ ନକ୍ସଲ ଦମନ ପାଇଁ ରାଜ୍ୟ ଓ କେଦ୍ର ସରକାରଙ୍କ ମିଳିତ ଉଦ୍ୟମ ଜାରି ରହିଥିବା କହିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ। ସେ କହିଛନ୍ତି ଯେ, ନକ୍ସଲ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଭଲ ସ୍ଥାନରେ ଅଛି । ପୂର୍ବରୁ ଓଡ଼ିଶାର ୨୧ ଜିଲ୍ଲା ନକ୍ସଲ ଉପଦ୍ରୁତ ଥିଲା । ଏବେ ୭ ଜିଲ୍ଲାରେ ନକ୍ସଲଙ୍କ କାର୍ଯ୍ୟକଳାପ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ମାଓ ଅଧ୍ୟୁଷିତ ଅଞ୍ଚଳରେ ନକ୍ସଲଙ୍କ ଉପସ୍ଥିତି ହ୍ରାସ ପାଇଛି । ଜନସାଧାରଣଙ୍କ ଗମନାଗମନ ସୁବିଧା, ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କୁ ମୋବାଇଲ ଯୋଗାଣ, ବାୟୁ ସ୍ୱାସ୍ଥ୍ୟସେବା ଯୋଜନା ମାଧ୍ୟମରେ ଉନ୍ନତ ସ୍ୱାସ୍ଥ୍ୟସେବାରୁ ମାଓ କାର୍ଯ୍ୟକଳାପ କମିଛି । ମାଓ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ରାଜ୍ୟ କେନ୍ଦ୍ରକୁ ଦାବି କରିଛି ।

ଏଥି ସହିତ ରାଜ୍ୟରେ ନକ୍ସଲ ମୁକାବିଲା ପାଇଁ କେନ୍ଦ୍ରକୁ ହେଲିକପ୍ଟର ମାଗିଛି ଓଡ଼ିଶା । ନକ୍ସଲ ଦମନ ପାଇଁ ହେଲିକପ୍ଟରର ଆବଶ୍ୟକତା ଥିବା କେନ୍ଦ୍ରରେ ଦାବି ରଖିଛି ଓଡିଶା। ଟେଲି ଯୋଗାଯୋଗ ସହ ଅଧିକ ସଂଖ୍ୟାରେ ମୋବାଇଲ ଟାୱାର ବସାଇବାକୁ କହିଛି ଓଡ଼ିଶା । ମାଲକାନଗିର ଜିଲ୍ଲାରେ ସଡ଼କ ଯୋଗାଯୋଗର ବିକାଶ ଏବଂ ଗୁରୁପ୍ରିୟା ସେତୁ ନିର୍ମାଣ ଦ୍ୱାରା ଲୋକଙ୍କ ଜୀବନଧାରା ବଦଳିଛି । ଅନେକ ମାଓବାଦୀ କାର୍ଯ୍ୟକଳାପ ଛାଡି ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି୍‌ । ଏକଲବ୍ୟ ଆବାସିକ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଚାଲିଛି । ଆଗାମୀ ଦିନରେ ଆହୁରି ଅଧିକ ବିଦ୍ୟାଳୟ ନିର୍ମାଣ କରିବା ପାଇଁ ଓଡ଼ିଶା ସରକାର ଦାବି କରିଛନ୍ତି । ନକ୍ସଲ ମୁକାବିଲା ଓଡ଼ିଶା ଦେଶରେ ଅଗ୍ରଣୀ ସ୍ଥାନ ନେଇଛି ଏବଂ ଆଗକୁ ମଧ୍ୟ ଆଗରେ ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

About The Author: The Sakala