ଏପ୍ରିଲରୁ ରବିବାର ବନ୍ଦ ରହିବ ପାଠ ପଢ଼ା

ଭୁବନେଶ୍ୱର: ଏଣିକି ରବିବାର ଆଉ ପାଠ ପଢ଼ିବେନି ପିଲା। ଆସନ୍ତା ଏପ୍ରିଲ ମାସରୁ ଆଉ ରବିବାର କ୍ଲାସ ହେବନି । ସ୍କୁଲରେ ରବିବାର ପାଠପଢ଼ା ବନ୍ଦ ରହିବ ବୋଲି ବୁଧବାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଏପ୍ରିଲରୁ କେବଳ ରିଭିଜନ କ୍ଲାସ ଚାଲିବ। କୋର୍ସ ଶେଷ ହୋଇ ଆସିଲାଣି ତେଣୁ ରେଗୁଲାର କ୍ଲାସ ଆଉ ଆବଶ୍ୟକ ନାହିଁ। ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲରେ ଧୀରେ ଧୀରେ କମିବାକୁ ଲାଗିଲାଣି। ଏବେ ସେଲ୍ଫ ଷ୍ଟଡି […]

ଭୁବନେଶ୍ୱର: ଏଣିକି ରବିବାର ଆଉ ପାଠ ପଢ଼ିବେନି ପିଲା। ଆସନ୍ତା ଏପ୍ରିଲ ମାସରୁ ଆଉ ରବିବାର କ୍ଲାସ ହେବନି । ସ୍କୁଲରେ ରବିବାର ପାଠପଢ଼ା ବନ୍ଦ ରହିବ ବୋଲି ବୁଧବାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ଏପ୍ରିଲରୁ କେବଳ ରିଭିଜନ କ୍ଲାସ ଚାଲିବ। କୋର୍ସ ଶେଷ ହୋଇ ଆସିଲାଣି ତେଣୁ ରେଗୁଲାର କ୍ଲାସ ଆଉ ଆବଶ୍ୟକ ନାହିଁ। ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲରେ ଧୀରେ ଧୀରେ କମିବାକୁ ଲାଗିଲାଣି। ଏବେ ସେଲ୍ଫ ଷ୍ଟଡି ଉପରେ ପିଲାମାନେ ଗୁରୁତ୍ୱ ଦେଉଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ସ୍କୁଲ ବନ୍ଦ ରହିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଯାହା ଫଳରେ ରବିବାର ସ୍କୁଲରେ କ୍ଲାସ୍ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ରବିବାର ସ୍କୁଲଗୁଡିକରେ କ୍ଲାସ୍ କରାଯାଉଥିଲା ।

About The Author: The Sakala