ବିଜେପି ସରକାରକୁ ୩୩୦ ଦିନ ଟପିଲାଣି, କଣ କରିଛନ୍ତି ହିସାବ ଦିଅନ୍ତୁ : ଅରୁଣ ସାହୁ

ଭୁବନେଶ୍ବର : ସରକାରକୁ ଆସିବା ପରେ ଶହେ ଦିନରେ ସବୁ ପ୍ରତିଶ୍ରୁତି ପୂରଣ କରିଦେବେ ବୋଲି ବିଜେପି ସରକାର କହିଥିଲେ। ଏବେ ସରକାରକୁ ଆସିବା ୩୩୦ ଦିନ ଟପିଲାଣି। କଣ କରିଛନ୍ତି ତାହାର ହିସାବ ଦିଅନ୍ତୁ? ଏପାି କହି ବିଜେପି ସରକାରକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ନୟାଗଡ ବିଧାୟକ ଅରୁଣ ସାହୁ। ବରିଷ୍ଠ ବିଜେଡି ନେତା ଅରୁଣ ସାହୁ କହିଛନ୍ତି ଲୋକେ ଏବେ ବିଜେପି ସରକାର ଉପରେ ଅତିଷ୍ଠ ହୋଇପଡିଲେଣି। […]

ଭୁବନେଶ୍ବର : ସରକାରକୁ ଆସିବା ପରେ ଶହେ ଦିନରେ ସବୁ ପ୍ରତିଶ୍ରୁତି ପୂରଣ କରିଦେବେ ବୋଲି ବିଜେପି ସରକାର କହିଥିଲେ। ଏବେ ସରକାରକୁ ଆସିବା ୩୩୦ ଦିନ ଟପିଲାଣି। କଣ କରିଛନ୍ତି ତାହାର ହିସାବ ଦିଅନ୍ତୁ? ଏପାି କହି ବିଜେପି ସରକାରକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ନୟାଗଡ ବିଧାୟକ ଅରୁଣ ସାହୁ।

ବରିଷ୍ଠ ବିଜେଡି ନେତା ଅରୁଣ ସାହୁ କହିଛନ୍ତି ଲୋକେ ଏବେ ବିଜେପି ସରକାର ଉପରେ ଅତିଷ୍ଠ ହୋଇପଡିଲେଣି। ଆଜି ଯଦି ନିର୍ବାଚନ ହେବ ସେମାନଙ୍କ ହାଲତ୍ ଖରାପ ହୋଇଯିବ। ସରକାରକୁ ଆସିବାର ବର୍ଷେ ହେବାକୁ ବସିଲାଣି, ହେଲେ ଏଯାଏଁ କିଛି ହେଲାନି। କୌଣସି କାମ ହେଉନାହିଁ। ସେମାନେ କଣ କରିଛନ୍ତି ହିସାବ ଦିଅନ୍ତୁ, ତା, ପରେ ଆମେ ତାହାର ଜବାବ ଦେବୁ ବୋଲି ଅରୁଣ କହିଛନ୍ତି।

About The Author: The Sakala