ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ। ଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ହେବ ନିର୍ବାଚନ। ଫେବୃଆରୀ ୧୬,୧୮,୨୦,୨୨ ଓ ୨୪ରେ ଭୋଟ ଗ୍ରହଣ କରାଯିବ। ମତଦାତାମାନେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ଭୋଟ ଦେଇପାରିବେ।ସେହିଭଳି ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଏଥି ସହିତ ଆଜିଠାରୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ କରାଯାଇଛି। ତେବେ ଆସନ୍ତୁ ଜାଣିବା ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ କେତେ ତାରିଖରେ କଣ ହେବ ……
- ଜାନୁଆରୀ ୧୧ : ନିର୍ବାଚନ ନେଇ ହେଲା ତାରିଖ ଘୋଷଣା
- ଜାନୁଆରୀ ୧୩ : ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ
- ଜାନୁଆରୀ ୧୭ ରୁ ୨୧ : ମନୋନୟନ ପତ୍ର ଦାଖଲ(ପ୍ରାର୍ଥୀ ପତ୍ର ଦାଖଲ)
- ଜାନୁଆରୀ ୨୨ : ମନୋନୟନ ପତ୍ର ଯାଞ୍ଚ
- ଜାନୁଆରୀ ୨୫ : ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ
- ଜାନୁଆରୀ ୨୫ : ପ୍ରାର୍ଥୀମାନଙ୍କର ଚୁଡାନ୍ତ ତାଲିକା ପ୍ରକାଶ
୫ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ
- ଫେବୃଆରୀ ୧୬ : ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ
- ଫେବୃଆରୀ ୧୮ : ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ
- ଫେବୃଆରୀ ୨୦ : ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ
- ଫେବୃଆରୀ ୨୨ : ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ
- ଫେବୃଆରୀ ୨୪ : ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ
୩ଟି ପର୍ଯ୍ୟାୟରେ ହେବ ଗଣତି ଓ ଫଳାଫଳ ପ୍ରକାଶ
- ଫେବୃଆରୀ ୨୬ : ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଓ ଫଳାଫଳ ପ୍ରକାଶ
- ଫେବୃଆରୀ ୨୭ : ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ଓ ଫଳାଫଳ ପ୍ରକାଶ
- ଫେବୃଆରୀ ୨୮ : ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ଓ ଫଳାଫଳ ପ୍ରକାଶ
ଭୋଟଗଣତି ସମାପ୍ତ ସହ ଫେବୃୟାରୀ ୨୮ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ
(ପରୋକ୍ଷ ନିର୍ବାଚନ)
- ମାର୍ଚ୍ଚ ୧୧ : ନାଏବ ସରପଞ୍ଚ ନିର୍ବାଚନ
- ମାର୍ଚ୍ଚ ୧୨ : ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ
- ମାର୍ଚ୍ଚ ୧୩ : ଜିଲ୍ଲା ପରିଷଦ ସଭାପତି ନିର୍ବାଚନ
- ମାର୍ଚ୍ଚ ୨୩ : ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ
- ମାର୍ଚ୍ଚ ୨୫ : ଜିଲ୍ଲା ପରିଷଦ ଉପସଭାପତି ନିର୍ବାଚନ