ବରିଷ୍ଠ ଓଏଏସ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ ଅଫିସର ଗଙ୍ଗାଧର ନାୟକଙ୍କୁ ଓଡ଼ିଶା ନଗର ଗୃହ ନିର୍ମାଣ ବୋର୍ଡ (ଓୟୁଏଚବି)ର ପରିଚାଳନା ନିର୍ଦ୍ଦେଶକ ଏବଂ ଓଡ଼ିଶା ଗ୍ରାମୀଣ ଗୃହ ଓ ଉନ୍ନୟନ ନିଗମ (ଓଆରଏଚଡିସି)ର ପରିଚାଳନା […]

ଭୁବନେଶ୍ୱର : ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ ଅଫିସର ଗଙ୍ଗାଧର ନାୟକଙ୍କୁ ଓଡ଼ିଶା ନଗର ଗୃହ ନିର୍ମାଣ ବୋର୍ଡ (ଓୟୁଏଚବି)ର ପରିଚାଳନା ନିର୍ଦ୍ଦେଶକ ଏବଂ ଓଡ଼ିଶା ଗ୍ରାମୀଣ ଗୃହ ଓ ଉନ୍ନୟନ ନିଗମ (ଓଆରଏଚଡିସି)ର ପରିଚାଳନା ନିର୍ଦ୍ଦେଶକ ସହ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି।

ସେହିଭଳି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ତୁଲାଉଥିବା ଓଏଏସ ଅଫିସର ଶୁଭାନନ୍ଦ ମହାପାତ୍ରଙ୍କୁ ବଦଳି କରାଯାଇ ଗୃହ ନିର୍ମାଣ ନିର୍ଦ୍ଦେଶକ ସହ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ କମିଶନ(ଓଏସଏସସି)ର ଅତିରିକ୍ତ ସଚିବ ରଜନୀ କାନ୍ତ ସ୍ୱାଇଁ ଓଏସଏସସି ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।

ସୂଚନା ଓ ଜନସମ୍ପର୍କ ବିଭାଗର ଅତିରିକ୍ତ ସଚିବ ବିଷ୍ଣୁପ୍ରିୟା ସାହୁ ସମବାୟ ବିଭାଗରେ ଅତିରିକ୍ତ ସଚିବ ଭାବେ ବଦଳି ହୋଇଛନ୍ତି। ଯାଜପୁର ପୂର୍ବତନ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆଙ୍କୁ ସୂଚନା ଓ ଜନସମ୍ପର୍କ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପ୍ରାଧିକରଣର ସିଜିଏମ ଗାୟତ୍ରୀ ଦତ୍ତ ନାୟକଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ମାଲକାନଗିରି ପୂର୍ବତନ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କୁ କଳାହାଣ୍ଡି ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ଓଡ଼ିଶା ଟାଉନ ପ୍ଲାନିଂ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଓଏସଡି ଭାବେ କାର୍ଯ୍ୟରତ ଓଏଏସ ଅଫିସର ଚନ୍ଦ୍ରକାନ୍ତ ମଲ୍ଲିକ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ)ରେ ବୈଦେଶିକ ସେବା ସର୍ତ୍ତାବଳୀରେ ଓଏସଡି ଭାବେ ବଦଳି ହୋଇଛନ୍ତି। ଓବିସି ସେଲର ଉପନିର୍ଦ୍ଦେଶକ ସରୋଜ କୁମାର ପଣ୍ଡାଙ୍କୁ ଜଳସମ୍ପଦ ବିଭାଗରେ ନାୟଗଡ଼ ଜିଲ୍ଲାର ବୃତଙ୍ଗ ଜଳସେଚନ ପ୍ରକଳ୍ପରେ ନିଯୁକ୍ତ କରାଯାଇଛି।

About The Author: The Sakala