ସରିଲା ସର୍ବଦଳୀୟ ବୈଠକ; ପ୍ରଥମ ଦିନ ଅଭିଭାଷଣ ରଖିବେ ମହାମହିମ ରାଷ୍ଟ୍ରପତି...

ସୁରୁଖୁରରେ ଶୀତ ଅଧିବେଶନ ସାରିବାକୁ ହେଲା ଆଲୋଚନା

ଭୁବନେଶ୍ବର: ସର୍ବଦଳୀୟ ବୈଠକ ଶେଷ। ସୁରୁଖୁରରେ ଶୀତ ଅଧିବେଶନ ସାରିବାକୁ ହେଲା ଆଲୋଚନା। ପ୍ରଥମ ଦିନ ମହାମହିମ ରାଷ୍ଟ୍ରପତି ରଖିବେ ଅଭିଭାଷଣ। ଦ୍ୱତୀୟ ଦିନ ଆସିବ ଆତିରିକ୍ତ ବଜେଟ। ପୁରା ଅଧିବେଶନ ସ୍ୱାଭାବିକ ଭାବେ ଚାଲିବାକୁ ଉଭୟ ଶାସକ ଏବଂ ବିରୋଧୀ ବିଧାୟକଙ୍କ ସହ ଆଲୋଚନା କରିଥିଲେ ବାଚସ୍ପତି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବ ଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଆଇନ ମନ୍ତ୍ରୀ ଉପସ୍ଥିତ ଥିଲେ। ବିରୋଧୀ ଦଳ ପକ୍ଷରୁ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ ଉପସ୍ଥିତ ଥିଲେ। ତେବେ ଗୃହରେ ବିରୋଧୀ ବିଧାୟକ ମାନଙ୍କୁ ଶାସକ ଦଳ ତୁଳନାରେ ସମାନ ସମୟ କହିବାକୁ ଦିଆଯାଉ ବୋଲି ସର୍ବ ଦଳୀୟ ବୈଠକରେ ଦାବି କରିଥିଲେ ବିଜେଡି ଆଉ କଂଗ୍ରେସ। ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ କାଉଣ୍ଟର ପାଇଁ ବିଜେପି ସନ୍ଧ୍ୟାରେ ଡାକିଛି ବିଧାୟକ ଦଳ ବୈଠକ।

About The Author: Deviprasad Mohanty