ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନ ସୁଶାନ୍ତଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ

କେନ୍ଦଝର: ଜନ୍ମମାଟିରେ ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର ପହଞ୍ଚିଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଗାଁ ଶ୍ମଶାନରେ ହେବ ଅନ୍ତିମ ସଂସ୍କାର। ସୁଶାନ୍ତଙ୍କ ପାର୍ଥିବ ଶରୀର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପହଞ୍ଚିବା ପରେ ବିଶାଳ ଶୋଭାଯାତ୍ରର ନିଜ ଗାଁକୁ ନିଆଯାଇଥିଲା। ସେଠାରେ ବୀର ଯବାନ ସୁଶାନ୍ତଙ୍କ ଶେଷ ଦର୍ଶନ କରିଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ଏହାସହ କାନ୍ଦବୋବାଳିରେ ଫାଟି ପଡୁଛି ପୂରା ଗାଁ। ପରିବାର ଲୋକେ ଓ ଗ୍ରାମବାସୀ ସୁଶାନ୍ତଙ୍କୁ ମନେ ପକାଇ ଝୁରି […]

କେନ୍ଦଝର: ଜନ୍ମମାଟିରେ ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର ପହଞ୍ଚିଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଗାଁ ଶ୍ମଶାନରେ ହେବ ଅନ୍ତିମ ସଂସ୍କାର। ସୁଶାନ୍ତଙ୍କ ପାର୍ଥିବ ଶରୀର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପହଞ୍ଚିବା ପରେ ବିଶାଳ ଶୋଭାଯାତ୍ରର ନିଜ ଗାଁକୁ ନିଆଯାଇଥିଲା। ସେଠାରେ ବୀର ଯବାନ ସୁଶାନ୍ତଙ୍କ ଶେଷ ଦର୍ଶନ କରିଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ଏହାସହ କାନ୍ଦବୋବାଳିରେ ଫାଟି ପଡୁଛି ପୂରା ଗାଁ। ପରିବାର ଲୋକେ ଓ ଗ୍ରାମବାସୀ ସୁଶାନ୍ତଙ୍କୁ ମନେ ପକାଇ ଝୁରି ହେଉଛନ୍ତି।

ଖବର ଅନୁଯାୟୀ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର କୋଲହନ ଜଙ୍ଗଲରେ ଝାରଖଣ୍ଡ ପୁଲିସ, ସିଆରପିଏଫ୍‌‌ ଯବାନ ଏବଂ ନକ୍ସଲଙ୍କ ସହ ଗୁଳି ବିନିମୟରେ ଓଡ଼ିଆ ସିଆରପିଏଫ୍‌‌ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ(୩୩) ସହିଦ ହୋଇଥିଲେ। ସହିଦ ଯବାନ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ନିବାସୀ ସୁଶାନ୍ତ କୁମାର ଖୁଣ୍ଟିଆ(୩୩)। ସୁଶାନ୍ତଙ୍କୁ  ଗୁରୁତର ଅବସ୍ଥାରେ ଏୟାର ଲିଫ୍ଟ କରାଯାଇ ରାଞ୍ଚିର ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଯବାନ ସୁଶାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଗୋଏଲକେରା ଅଞ୍ଚଳର କୋଲହନ ଜଙ୍ଗଲରେ ୬୦ ବାଟାଲିୟନ ସିଆରପିଏଫ୍‌‌ ପୁଲିସ ଏବଂ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ କମ୍ୱିଂ ଅପରେସନ ଚାଲିଥିବାବେଳେ ଏଭଳି ଦୁଃଖଦ ଘଟଣା ଘଟିଥିଲା। ଗୁଳି ବିନିମୟ ହେଉଥିବା ବେଳେ ହଠାତ୍‌‌ ନକ୍ସଲଙ୍କ ପକ୍ଷରୁ ଏକ ଗୁଳି ସୁଶାନ୍ତଙ୍କ ଛାତିରେ ବାଜି ଭେଦ କରିଥିଲା। ଫଳରେ ସେ ସେହିଠାରେ ହିଁ ଟଳି ପଡ଼ିଥିଲେ।

ସୂଚନା ଅନୁଯାୟୀ, ସୁଶାନ୍ତଙ୍କ ଦେହାନ୍ତଙ୍କୁ ମିଶାଇ ମାତ୍ର ୩ବର୍ଷ ମଧ୍ୟରେ ତାଙ୍କ ବାପା ଏବଂ ଦୁଇ ଭାଇଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି। ଏବେ ଘରେ ମୁରବୀ କହିଲେ କେହି ନାହାନ୍ତି।

 

About The Author: The Sakala