ନୂଆପଡ଼ା ଉପନିର୍ବାଚନ ନେଇ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର, ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ : ନୂଆପଡ଼ା ଉପନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି ହେବ।  ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ସିଟ୍ ଖାଲି ପଡ଼ିଥିଲା।

ମୁଖ୍ୟ ନିର୍ବାଚନ କମିଶନର ଘୋଷଣା ଅନୁସାରେ ଆସନ୍ତା ୧୩ରେ ପ୍ରକାଶ ପାଇବ ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି। ଏହାପରେ ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିବ।  ଅକ୍ଟୋବର ୨୨ରେ ନାମାଙ୍କନ ଯାଞ୍ଚ ଓ ଅକ୍ଟୋବର ୨୪ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିବ। ଏହାପରେ ନଭେମ୍ବର ୧୧ ତାରିଖରେ ଭୋଟ୍‌ ଗ୍ରହଣ ସହ ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି କରାଯିବ। 

About The Author: Satyajeet Sahoo