ବିଦ୍ୟାଳୟ ନିକଟରେ ଥିବା ନାଳରେ ବୁଡି ତୃତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ

ନୂଆପଡା: ନାଳରେ ବୁଡି ତୃତୀୟ ଶ୍ରେଣୀ ଛାତ୍ର ମୃତ । ବୋଡ଼େନ ଥାନା ଅନ୍ତର୍ଗତ ବୁଢ଼ାପଡ଼ାଠାରେ ଥିବା ସରକାରୀ ଉପ୍ରା ବିଦ୍ୟାଳୟ ନିକଟରେ ଘଟିଛି ଏହି ଅଘଟଣ । ବିଦ୍ୟାଳୟ ନିକଟସ୍ଥ ନାଳପାଣିରେ ବୁଡି ଜଣେ ତୃତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ବୁଢ଼ାପରା ଗାଁର ରୁଦ୍ରମାଧବ ଜଗତଙ୍କ ୮ ବର୍ଷର ପୁଅ ରକି ଜଗତ ବୋଲି ଜଣାପଡିଛି । ବୋଡେ଼ନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ […]

ନୂଆପଡା: ନାଳରେ ବୁଡି ତୃତୀୟ ଶ୍ରେଣୀ ଛାତ୍ର ମୃତ । ବୋଡ଼େନ ଥାନା ଅନ୍ତର୍ଗତ ବୁଢ଼ାପଡ଼ାଠାରେ ଥିବା ସରକାରୀ ଉପ୍ରା ବିଦ୍ୟାଳୟ ନିକଟରେ ଘଟିଛି ଏହି ଅଘଟଣ । ବିଦ୍ୟାଳୟ ନିକଟସ୍ଥ ନାଳପାଣିରେ ବୁଡି ଜଣେ ତୃତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ବୁଢ଼ାପରା ଗାଁର ରୁଦ୍ରମାଧବ ଜଗତଙ୍କ ୮ ବର୍ଷର ପୁଅ ରକି ଜଗତ ବୋଲି ଜଣାପଡିଛି । ବୋଡେ଼ନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ମୃତଛାତ୍ରଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବା ସହ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରିଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି।

ସୂଚନା ଅନୁସାରେ, ମଧ୍ୟାନ୍ନଭୋଜନ ପରେ ସେ କିଛି ଛାତ୍ରଙ୍କ ସହ ବିଦ୍ୟାଳୟ ନିକଟରେ ଥିବା ଏକ ନାଳକୁ ଗାଧୋଇବା ପାଇଁ ଯାଇଥିବା ବେଳେ ବୁଡି ଯାଇଥିଲେ । ବିଦ୍ୟାଳୟର ଅନ୍ୟ କିଛି ଛାତ୍ର ରକିକୁ ଉଦ୍ଧାର କରିଥିଲେ । ଖବର ପାଇ ପରିବାର ଲୋକେ ରକିଙ୍କୁ ଖଡ଼ିଆଳ ଡାକ୍ତର ଖାନା ନେଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଶିକ୍ଷକମାନଙ୍କ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ସହ ସେମାନଙ୍କୁ ନିଲମ୍ବନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

About The Author: The Sakala