ଆଉ ମାଗଣା ନୁହେଁ, ଏଣିକି ନିଯୁକ୍ତି ଆବେଦନ ପାଇଁ ଲାଗିବ ଫି’

ଭୁବନେଶ୍ୱର : ବିଭିନ୍ନ ନିଯୁକ୍ତି ପାଇଁ ଆବେଦନ କରିବାକୁ ଏଣିକି ନିର୍ଦ୍ଧାରିତ ଫି’ ଦେବାକୁ ପଡ଼ିବ। ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ସେହି ଅର୍ଥ ଫେରସ୍ତ କରାଯିବ। ହେଲେ ପରୀକ୍ଷା ଦେଉ ନ ଥିବା ପରୀକ୍ଷାର୍ଥୀଙ୍କୁ ଆଉ ସେହି ଆବେଦନ ଫି’ ଫେରସ୍ତ ମିଳବ ନାହିଁ। ଖାମଖିଆଲି ଭାବେ ଆବେଦନ କରୁଥିବା ଆଶାୟୀଙ୍କୁ ନିରୁତ୍ସାହିତ କରିବା ପାଇଁ ଏପରି ବ୍ୟବସ୍ଥା ଆଣିବାକୁ ନିଷ୍ପତ୍ତି ହୋଇଛି। ଆବେଦନ ସତ୍ତ୍ବେ ବହୁସଂଖ୍ୟ ଆଶାୟୀ ପରୀକ୍ଷା ଦେଉ ନାହାନ୍ତି। ଏନେଇ ମୁଖ୍ୟ ସଚିବଙ୍କ […]

ଭୁବନେଶ୍ୱର : ବିଭିନ୍ନ ନିଯୁକ୍ତି ପାଇଁ ଆବେଦନ କରିବାକୁ ଏଣିକି ନିର୍ଦ୍ଧାରିତ ଫି’ ଦେବାକୁ ପଡ଼ିବ। ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ସେହି ଅର୍ଥ ଫେରସ୍ତ କରାଯିବ। ହେଲେ ପରୀକ୍ଷା ଦେଉ ନ ଥିବା ପରୀକ୍ଷାର୍ଥୀଙ୍କୁ ଆଉ ସେହି ଆବେଦନ ଫି’ ଫେରସ୍ତ ମିଳବ ନାହିଁ। ଖାମଖିଆଲି ଭାବେ ଆବେଦନ କରୁଥିବା ଆଶାୟୀଙ୍କୁ ନିରୁତ୍ସାହିତ କରିବା ପାଇଁ ଏପରି ବ୍ୟବସ୍ଥା ଆଣିବାକୁ ନିଷ୍ପତ୍ତି ହୋଇଛି।

ଆବେଦନ ସତ୍ତ୍ବେ ବହୁସଂଖ୍ୟ ଆଶାୟୀ ପରୀକ୍ଷା ଦେଉ ନାହାନ୍ତି। ଏନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗତ ମାର୍ଚ୍ଚ ୪ରେ ଅନୁଷ୍ଠିତ ବୈଠକରେ ବିସ୍ତ୍ରୃତ ଆଲୋଚନା ହୋଇଛି। ଏହାର ନିରାକରଣ ସମ୍ପର୍କରେ ବିଚାରବିମର୍ଶ ପରେ ଫି’ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ନିଯୁକ୍ତି ପରିଚାଳନା କରୁଥିବା ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି), ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ଏବଂ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି)କୁ ମତାମତ ଓ ପ୍ରସ୍ତାବ ଦେବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ବିଭାଗ ପକ୍ଷରୁ କୁହାଯାଇଛି।

କେଉଁ ପରୀକ୍ଷା ପାଇଁ କେତେ ଟଙ୍କା ଫି’ ଧାର୍ଯ୍ୟ କରାଯିବ ଏବଂ ଆବେଦନକାରୀଙ୍କୁ କିପରି ତାହା ଫେରସ୍ତ କରାଯିବ ସେନେଇ ଆସନ୍ତା ୨୪ ତାରିଖ ମଧ୍ୟରେ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରେଲୱେ ବୋର୍ଡ ଓ ଏସ୍‌ଏସ୍‌ବି ପରି କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଏପରି ନୀତି ଆପଣାଇଛନ୍ତି। ଫଳରେ ଖାମଖିଆଲି ଆବେଦନକାରୀଙ୍କ ସଂଖ୍ୟା ପ୍ରାୟତଃ ନଥାଏ। କାରଣ ପରୀକ୍ଷା ନଦେଲେ ସେମାନଙ୍କ ଫି’ ଫେରସ୍ତ ମିଳିବ ନାହିଁ ବୋଲି ଜାଣିବା ପରେ ସେମାନେ ଆବେଦନ କରୁନାହାନ୍ତି। ନୂଆ ନିଷ୍ପତ୍ତି ଦ୍ୱାରା ଆବେଦନକାରୀଙ୍କ ସଂଖ୍ୟା କମିବ। ଫଳରେ ପରୀକ୍ଷାକେନ୍ଦ୍ର କମିବା ସହ ଗୋଟିଏ ସିଫ୍ଟରେ ମଧ୍ୟ ପରୀକ୍ଷା ପରିଚାଳନା ହୋଇପାରିବ।

About The Author: The Sakala