ପାର୍କିଂ ହୋଇଥିବା ଅଟୋ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ୱର: ଅଲୋଡ଼ା ହେଲା ଶିଶୁପୁତ୍ର । ଅଟୋରେ ଛାଡି ପଳାଇଲେ ନବଜାତ ଶିଶୁପୁତ୍ରକୁ । ରାଜଧାନୀରେ ପୁଣି ଏପରି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ପାର୍କିଂ ହୋଇଥିବା ଅଟୋ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ପଟିଆ ଶୁଭମ୍ ଆପାର୍ଟମେଣ୍ଟ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଶିଶୁର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଏକାଠି ହେବା ସହ ପୋଲିସକୁ ଖବର ଦେଇଥିଲେ। ପିସିଆର୍ ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଅଟୋ ଚାଳକ ମଧ୍ୟ ଗାଡ଼ି ପାଖରେ ପହଞ୍ଚିଥିଲେ। ତେବେ ସେ ନବଜାତ ଶିଶୁ ବିଷୟରେ ଜାଣିନଥିବା କହିଥିଲେ। କୋଳଥିଆ ସ୍ଥିତ ଶୁଭଦ୍ରା ମହତାବ ସେବା ସଦନରେ ନବଜାତ ଶିଶୁପୁତ୍ରଟିକୁ ରଖାଯାଇଛି। ଶିଶୁଟିର ବୟସ ମାସେରୁ ଦୁଇ ମାସ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତେବେ କିଏ ତାକୁ ଆଣି ଅଟୋରେ ଛାଡ଼ିଲା, ତାହା ସ୍ପଷ୍ଟ ହୋଇନାହିଁ। 

About The Author: Madhusudan Das