ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇବ ବରକନ୍ୟା ଝରଣା, ନୟାଗଡ଼ରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ନୟାଗଡ଼ : ଜଙ୍ଗଲ ଓ ପାହାଡ଼ ଘେରା ନୟାଗଡ଼ ଜିଲ୍ଲା ପାକୃତିକ ସମ୍ଭାରରେ ପରିପୂର୍ଣ୍ଣ। ଅନେକ ନଦୀ ନାଳ ଓ ପାହାଡ଼ ପର୍ବତ ଜିଲ୍ଲାକୁ ଆଚ୍ଛାଦିତ କରି ରଖିଛି। କିଛିବର୍ଷ ତଳେ ଶିମିଳି ଝରଣା ଲୋକଲୋଚନକୁ ଆସି ଲୋକପ୍ରିୟ ହୋଇଥିବା ବେଳେ ଏବେ ବରକନ୍ୟା ଝରଣା ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ବର୍ଷସାରା କୁଳୁକୁଳୁ ଶବ୍ଦରେ ବହି ଚାଲିଛ ବରକନ୍ୟା ଝରଣା। […]

ନୟାଗଡ଼ : ଜଙ୍ଗଲ ଓ ପାହାଡ଼ ଘେରା ନୟାଗଡ଼ ଜିଲ୍ଲା ପାକୃତିକ ସମ୍ଭାରରେ ପରିପୂର୍ଣ୍ଣ। ଅନେକ ନଦୀ ନାଳ ଓ ପାହାଡ଼ ପର୍ବତ ଜିଲ୍ଲାକୁ ଆଚ୍ଛାଦିତ କରି ରଖିଛି। କିଛିବର୍ଷ ତଳେ ଶିମିଳି ଝରଣା ଲୋକଲୋଚନକୁ ଆସି ଲୋକପ୍ରିୟ ହୋଇଥିବା ବେଳେ ଏବେ ବରକନ୍ୟା ଝରଣା ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ବର୍ଷସାରା କୁଳୁକୁଳୁ ଶବ୍ଦରେ ବହି ଚାଲିଛ ବରକନ୍ୟା ଝରଣା। ଦୀର୍ଘଦିନ ଧରି ଏହା ଲୋକ ଲୋଚନକୁ ଆସିନଥିବା ଏବେ ବେଶ ଲୋକପ୍ରିୟ ହୋଇଛି। ଆଜି ସକାଳୁ ସକାଳୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ, ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପହଞ୍ଚିଥିଲେ।

କୁଳୁକୁଳୁ ଝରଣାକୁ ସମସ୍ତେ ବେଶ ଉପଭୋଗ କରିଥିଲେ। ଏହି ଝରଣାକୁ ଦେଖି ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ଦାସ ପ୍ରଶଂସା କରିବା ସହ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦିଆଯିବ ବୋଲି କହିଥିଲେ। ଏହି ଗସ୍ତରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସୁବାଷ କହଁର, ସରୋଜ ରଣସିଂହ, ବିରଜା ଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନା, ତହସିଲଦାର ଅନୀଲ କୁମାର ଆଚାର୍ଯ୍ୟଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିମାନେ ଗସ୍ତ କରିଥିଲେ।

About The Author: The Sakala