ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ୨୦ରୁ ଉର୍ଦ୍ଧ୍ୱ ଆହତ

ନୟାଗଡ: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ବସରେ ଥିବା ୫୦ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ନୟାଗଡ ଖଣ୍ଡପଡା ରାସ୍ତାର ଖେଡପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆହତଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । 

ସୂଚନା ଅନୁସାରେ, ସବୁଦିନ ଭଳି ଆଜି ମଧ୍ୟ୍ୟ ଘରୋଇ ବେବି ନାମକ ଯାତ୍ରୀ ବାହି ବସ ୫୦ ଜଣ ଯାତ୍ରୀଙ୍କୁ ନେଇ ଭାପୁର ରାକମାରୁ ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ନୟାଗଡ ସଦର ଥାନା ଅଧିନ ବାଲୁଙ୍ଗା ପଂଚାୟତର ଖେଡ଼ପଡ଼ା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଯାହାଫଳରେ ବସରେ ଥିବା ୫୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ପଠା ଯାଇଛି। ତେବେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

About The Author: Madhusudan Das