ନୟାଗଡ଼ ଶରଣକୁଳ ଅଞ୍ଚଳରେ ଅନ୍ଧବିଶ୍ୱାସ, ମୃତକକୁ ଜୀବିତ କରିବାକୁ ରାତିସାରା ପୂଜାପାଠ

ନୟାଗଡ଼: ବଞ୍ଚିବ ମୃତ ଲୋକ, ବଞ୍ଚାଇବେ ବାବା । ଯେଉଁଠି ଡାକ୍ତରୀ ବିଦ୍ୟା ଫେଲ ମାରିଛି , ସେଠି ତାନ୍ତ୍ରିକ ଏବଂ ପୂଜାର୍ଚ୍ଚନା ପାସ କେମିତି ହବ । ନୟାଗଡ଼ ଶରଣକୁଳ ଥାନା ବରସାହି ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ମୃତବ୍ୟକ୍ତିକୁ ବଞ୍ଚାଇବା ନେଇ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଥିଲା। ସୂଚନାଅନୁସାରେ ବରସାହି ଗାଁରେ ଶନିବାର ରାତିରେ ଦଣ୍ଡନାଚ ଚାଲିଥିବା ବେଳେ ରବି ନାହାକ ନାମକ ଦଣ୍ଡୁଆ କୌଣସି କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲେ […]

ନୟାଗଡ଼: ବଞ୍ଚିବ ମୃତ ଲୋକ, ବଞ୍ଚାଇବେ ବାବା । ଯେଉଁଠି ଡାକ୍ତରୀ ବିଦ୍ୟା ଫେଲ ମାରିଛି , ସେଠି ତାନ୍ତ୍ରିକ ଏବଂ ପୂଜାର୍ଚ୍ଚନା ପାସ କେମିତି ହବ । ନୟାଗଡ଼ ଶରଣକୁଳ ଥାନା ବରସାହି ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ମୃତବ୍ୟକ୍ତିକୁ ବଞ୍ଚାଇବା ନେଇ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଥିଲା।

ସୂଚନାଅନୁସାରେ ବରସାହି ଗାଁରେ ଶନିବାର ରାତିରେ ଦଣ୍ଡନାଚ ଚାଲିଥିବା ବେଳେ ରବି ନାହାକ ନାମକ ଦଣ୍ଡୁଆ କୌଣସି କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ଚିକିତ୍ସା କରିବା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତର ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ । ରୋଗୀର ମୃତ୍ୟୁ ହୋଇସାରିଥିବା କହି ଡାକ୍ତର ପୋଷ୍ଟମର୍ଟମ ବି କରିଦେଲେ ।

ମୃତ୍ୟୁପରେ ତାଙ୍କୁ ନୟାଗଡ଼ ପୋଷ୍ଟମର୍ଟମ ଗୃହରେ ପୋଷ୍ଟମର୍ଟମ କରାଯିବା ପରେ ଶବଦାହ ପାଇଁ ଗାଁକୁ ଅଣାଯାଇଥିଲା । ମାତ୍ର ଗ୍ରାମବାସୀ ତାଙ୍କ ଦେହରେ ଭଗବାନ ଥିବା କହି ପୋଷ୍ଟମର୍ଟମ ସରିଥିବା ଶବକୁ ରାତି ତମାମ ପୂଜା ଅର୍ଚ୍ଚନା ଜାରି ରଖିଥିଲେ । ଶବକୁ ବଞ୍ଚାଇବାକୁ ମୃତ ବ୍ୟକ୍ତିଙ୍କ ଉପରେ ଗରା ଗରା ପାଣି ଢଳାଯିବା ସହ ନାମ ସଂକୀର୍ତ୍ତନ କରାଯାଇଥିଲା । ଖବର ପାଇ ପୁଲିସ୍‌ ପହଞ୍ଚି ମୃତ ଲୋକ ବଞ୍ଚିବା ସମ୍ଭବ ନୁହେଁ ବୋଲି ଗାଁ ଲୋକଙ୍କୁ ବୁଝାଇବା ପରେ ସେମାନେ ସତ୍କାର କରିବାକୁ ରାଜି ହୋଇଥିଲେ। ଏହାପରେ ଆଜି ସକାଳୁ ମୃତଦେହ ସତ୍କାର କରାଯାଇଥିବା ଜଣାଯାଇଛି।

 

About The Author: The Sakala