ଥାନାରେ ବିଜେପି କର୍ମୀଙ୍କ ଆତଙ୍କରାଜ

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ୁଛି ବୋଲି ବିଭିନ୍ନ ସମୟରେ ବିଜେପି ଗଳା ଫଟାଇ ଚିତ୍କାର କରୁଛି। ହେଲେ ଖୋଦ୍‌ ବିଜେପି କର୍ମୀମାନେ ଅରାଜକତା ଓ ଆତଙ୍କରାଜ ସୃଷ୍ଟି କରୁଛନ୍ତି। ରାଜଧାନୀରେ ବିଜେପିର କିଛି ଯୁବନେତା ଓ ନେତ୍ରୀ ଜଣେ ବ୍ୟକ୍ତିଙ୍କ ଘରେ ଚାରିଘଣ୍ଟା ଆତଙ୍କରାଜ ଚଳାଇବା ଘଟଣାର ୩ ଦିନ ପରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନାରେ ବିଜେପି କର୍ମୀମାନେ ଧସେଇ ପଶିଛନ୍ତି। ଦିନ ଦି’ ପହରେ ଜଣେ ଅଭିଯୁକ୍ତକୁ ଛଡ଼ାଇ ନେବାକୁ ଦଳର […]

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ୁଛି ବୋଲି ବିଭିନ୍ନ ସମୟରେ ବିଜେପି ଗଳା ଫଟାଇ ଚିତ୍କାର କରୁଛି। ହେଲେ ଖୋଦ୍‌ ବିଜେପି କର୍ମୀମାନେ ଅରାଜକତା ଓ ଆତଙ୍କରାଜ ସୃଷ୍ଟି କରୁଛନ୍ତି। ରାଜଧାନୀରେ ବିଜେପିର କିଛି ଯୁବନେତା ଓ ନେତ୍ରୀ ଜଣେ ବ୍ୟକ୍ତିଙ୍କ ଘରେ ଚାରିଘଣ୍ଟା ଆତଙ୍କରାଜ ଚଳାଇବା ଘଟଣାର ୩ ଦିନ ପରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନାରେ ବିଜେପି କର୍ମୀମାନେ ଧସେଇ ପଶିଛନ୍ତି। ଦିନ ଦି’ ପହରେ ଜଣେ ଅଭିଯୁକ୍ତକୁ ଛଡ଼ାଇ ନେବାକୁ ଦଳର ନେତା ଓ କର୍ମୀ ଛଡ଼ାଇ ନେବାରୁ ବିଫଳ ହେବା ପରେ ଥାନା ଘେରାଉ କରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁରମା ପାଢ଼ୀଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ଏଥିରେ ସାମିଲ ହୋଇଥିଲେ। ଅବଶ୍ୟ ପରବର୍ତୀ ସମୟରେ ପୁଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି।

ଗତବର୍ଷ ଟାଙ୍ଗି ତହସିଲଦାର ଅଶ୍ୱିନୀ କୁମାର ଦାସ ଖଣିରେ ଚଢ଼ଉ କରି ଫେରିବା ବେଳେ ବେଣ୍ଟ ଗାଁ ନିକଟରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୁଲିସ ଶୁକ୍ରବାର ଚମ୍ପାଗଡ଼ ଗ୍ରାମର ଗଣେଶ୍ୱର ମାନଧାତା ଓରଫ ଲିଟୁ ଏବଂ ସେହି ଗାଁର ଦୀପକ ରାଉତରାୟଙ୍କୁ ଗିରଫ କରିଥିଲା। ତେବେ ପୁଲିସ ଏ ଦୁହିଁଙ୍କୁ ଗିରଫ କରିବା ଖବର ପାଇ ଶହ ଶହ ବିଜେପି କର୍ମୀ ଚାନ୍ଦପୁର ଥାନାରେ ଧସେଇ ପଶିଥିେଲେ। ଅଭିଯୁକ୍ତଙ୍କୁ ଛାଡ଼ିଦେବାକୁ ଅଡ଼ି ବସିଥିଲେ; ମାତ୍ର ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଥଲା। ସେ ଦୁହିଁଙ୍କୁ ମିଛରେ ଗିରଫ କରାଯାଇଥିବା କର୍ମୀ ଅଭିଯୋଗ କରିଥିଲେ। ଦଫା କମାଇବା ଓ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ବଦଳି ଦାବିରେ ବିଜେପି କର୍ମୀ ଦିନସାରା ଧାରଣା ଦେଇଥିଲେ। ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ମଧ୍ୟ ଥାନାରେ ହୋ ହାଲ୍ଲା କରିଥିଲେ। ପୁଲିସ କାହିଁକି ବିଜେପି ଲୋକଙ୍କୁ ଗିରଫ କରିଛି ବୋଲି ସୁରମାଙ୍କ ସହ ଦଳର ନେତା ପରେଶ ମିଶ୍ର, ଚାନ୍ଦପୁର ସରପଞ୍ଚ ଜିତେନ୍ଦ୍ର ସାହୁ, ଚମ୍ପାପେଡ଼ି ସରପଞ୍ଚ ନିର୍ମଳ ମତଭେଦ ସିଂ ପ୍ରମୁଖ ଥାନାରେ ହୋ ହାଲ୍ଲା କରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚାନ୍ଦପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ, ଶରଣକୁଳ ଏସଡିପିଓ ଏସ୍‍ ଟପୋ, ଶରଣକୁଳ ଆଇଆଇସି ବିମଳ ମଲ୍ଲିକ, ଓଡଗାଁ ଆଇଆଇସି ପ୍ରଜ୍ଞା ପରମିତା ଜେନା, ରଣପୁର ଥାନା ସେକେଣ୍ଡ ଅଫିସର ପ୍ରୀତିପ୍ରକାଶ ମହାନ୍ତିଙ୍କୁ ନାକେଦମ ହେବାକୁ ପଡ଼ିଥିଲା।

ଚମ୍ପାପେଡ଼ି ସରପଞ୍ଚ ନିର୍ମଳ ମତଭେଦ ସିଂହଙ୍କ ଭାଇ ନାମରେ ଚିଟଫଣ୍ଡ ମାମଲା ଥିବାରୁ ପୁଲିସ କିଛି ଦିନ ତଳେ ତାଙ୍କ ଘରକୁ ଯାଇଥିଲା; ସେହି ରାଗ ଶୁଝାଇବାକୁ ସେ କର୍ମୀଙ୍କୁ ଆଣି ଥାନା ଘେରାଉ କରିଥିବା ମଧ୍ୟ ଚର୍ଚର୍ା ହେଉଛି। ରାଜ୍ୟ ବିଜେପି ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ କିଛିମାସ ତଳେ ଏଭଳି ପରିସ୍ଥିତି ସୃଷ୍ଟି କରି ବିଫଳ ହୋଇଥିବା ବେଳେ ରଣପୁର ବିଜେପି ଏବେ ସମାନ ପରିସ୍ଥିତି ସୃଷ୍ଟି କରି ନାଁ ନେବାର ଆଶା ରଖିଥିବା ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି।

About The Author: The Sakala