ଚାନ୍ଦପୁରରେ ନକଲି ଡିଜେଲ ରାକେଟ ଠାବ: ୧୩ ଶହ ଲିଟର କିରୋସିନ, କେମିକାଲ ପାଉଡର, ୩ଟି ଅଟୋରିକ୍ସା ଜବତ; ଦୁଇ ଗିରଫ

ଟାଂଗୀ: ସ୍ୱଳ୍ପ ଖର୍ଚରେ ଅଧିକ ଲାଭ ଆଶା ରଖି ଚାଲିଛି ଅପମିଶ୍ରଣ। ଜରୁରୀସାମଗ୍ରୀ କିରୋସିନରେ କେମିକାଲ ପାଉଡର ଅପମିଶ୍ରଣ କରି ପ୍ରସ୍ତୁତ କରାଯାଉଛି ଡିଜେଲ। ଏହି ଅପମିଶ୍ରିତ ଡିଜେଲରେ ଚିଲିକାରେ ଚାଲୁଛି ଶତାଧିକ ମେସିନ ଚାଳିତ ଡଙ୍ଗା । ଏପରିକି କମ ଦାମରେ ଉପଲବ୍ଧ ହେଉଥିବା ନକଲି ଡିଜେଲରେ ମଧ୍ୟ ଚାଲିଛି ବିଭିନ୍ନ ଗାଡି ମୋଟର। କିଛି ଦିନ ତଳେ ନୟାଗଡ ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦେଶ କ୍ରମେ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ବରେ […]

ଟାଂଗୀ: ସ୍ୱଳ୍ପ ଖର୍ଚରେ ଅଧିକ ଲାଭ ଆଶା ରଖି ଚାଲିଛି ଅପମିଶ୍ରଣ। ଜରୁରୀସାମଗ୍ରୀ କିରୋସିନରେ କେମିକାଲ ପାଉଡର ଅପମିଶ୍ରଣ କରି ପ୍ରସ୍ତୁତ କରାଯାଉଛି ଡିଜେଲ। ଏହି ଅପମିଶ୍ରିତ ଡିଜେଲରେ ଚିଲିକାରେ ଚାଲୁଛି ଶତାଧିକ ମେସିନ ଚାଳିତ ଡଙ୍ଗା । ଏପରିକି କମ ଦାମରେ ଉପଲବ୍ଧ ହେଉଥିବା ନକଲି ଡିଜେଲରେ ମଧ୍ୟ ଚାଲିଛି ବିଭିନ୍ନ ଗାଡି ମୋଟର। କିଛି ଦିନ ତଳେ ନୟାଗଡ ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦେଶ କ୍ରମେ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ବରେ ଗଠିତ ହୋଇଥିବା ଟିମ ଗତକାଲି ଏହି ଥାନା ଅଧିନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ବେଣ୍ଟ ଛକ ନିକଟରେ ଚଢାଉ କରି ୧୩ ଶହ ଲିଟର କିରୋସିନ ,ଦୁଇ ଶହ ଲିଟର କେମିକାଲ ମିଶ୍ରିତ ନକଲି ଡିଜେଲ,କେମିକାଲ ପାଉଡର,ତିନୋଟି ଅଟୋରିକ୍ସା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଗତ ଦୁଇ ସପ୍ତାହ ମଧ୍ୟରେ ସମୂଦାୟ ତିନୋଟି ମୋକବ୍ଦମା କରିଥିବା ଏବଂ ସମୂଦାୟ ପାଞ୍ଚ ଜଣ ଗିରଫ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ ଡିଜେଲ ଲିଟର ଏବେ ଶହେ ପାଖାପାଖି । ବିଭିନ୍ନ ଅଞ୍ଚଳରୁ ପିଡିଏସ କିରୋସିନ ସଂଗ୍ରହ କରାଯାଇ ସେଥିରେ ଭାଗମାପ ଅନୂସାରେ କେମିକାଲ ପାଉଡର ମିଶାଇ ଡିଜେଲ ପରି ଦିଶୁଥିବା ନକଲି ଡିଜେଲ ସରକାରୀ ମୂଲ୍ୟ ଠାରୁ ଯଥେଷ୍ଟ କମ ମୂଲ୍ୟରେ ନିର୍ଦିଷ୍ଟ ବ୍ୟକ୍ତିି ମାନଙ୍କ ଦ୍ବାରା ଯୋଗାଇ ଦିଆଯାଇଥାଏ। ଏହି ଅପମିଶିତ ଡିଜେଲ ଚିଲିକାରେ ମେସିନ ଚାଳିତ ଡଙ୍ଗାରେ ବ୍ୟବହାର କରାଯିବା ଫଳରେ ଅନେକ ସମୟରେ ଚିଲିକା ମଧ୍ୟରେ ଡଙ୍ଗା ଅଟକି ରହିବା ଏପରିକି ଦୂର୍ଘଟଣା ମଧ୍ୟ ଘଟୁଥିବା ଅନେକ ଉଦାହରଣ ରହିଛି। ଏହି ନକଲି ଡିଜେଲ ମଧ୍ୟ ଅଧିକାଂଶ ଲାଭଖୋର ଗାଡି ମାଲିକ ଟ୍ରକ, ମିନିଟ୍ରକ,ଜେସିବି ଏପରିକି କିଛି ବସ ମାଲିକ ମଧ୍ୟ ବ୍ୟବହାର କରି ବାୟୁ ପ୍ରଦୂଷଣ କରୁଥିବା ଯଥେଷ୍ଟ ଉଦାହରଣ ରହିଛି।

ସବୁଠାରୁ ସମ୍ବେଦନଶୀଳ ସୂଚନା ଏହି କି ରାଜ୍ୟ ଜାତୀୟ ରାଜପଥ ଦେଇ ଯାଉଥିବା ଡିଜେଲ ଟ୍ୟାକଂର ଗୁଡିକୁ ନିର୍ଦିଷ୍ଟ ନିକାଞ୍ଚନ ସ୍ଥାନରେ ରଖାଯାଇ ସେଥୁରୁ ଶହ ଶହ ଲିଟର ପ୍ରକୃତ ଡିଜେଲ କଢ଼ାଯାଇ ଅପମିଶ୍ରିତ ଡିଜେଲ ଭର୍ତି କରାଯାଉଥିବା ମଧ୍ୟ ଆଇଆଇସି ଶ୍ରୀ ଦାସ ସୂଚନା ପ୍ରଦାନ କରିଛନ୍ତି । ଏହିସବୁ ବ୍ୟତିକ୍ରମ ଗୁଡିକ ଦିର୍ଘ ଦିନ ଧରି କରାଯାଉଥିବା ଅଭିଯୋଗ ପାଇବାପରେ ଗତକାଲି ଚଢାଉ କରିି ୧୩ ଶହ ଲିଟର କିରୋସିନ,୨ ଶହ ଲିଟର କେମିକାଲ ମିଶ୍ରିତ ଭେଜାଲ ଡିଜେଲ,କେମିକାଲ ପାଉଡର,ଓଡି ୦୨ ଏମ ୯୨୩୮,ଓଡି ୦୨ ଆର ୮୧୨୯ ସମେତ ତିନୋଟି ଅଟୋରିକ୍ସା ଜବତ କରିଥିବା ବେଳେ ଟାଂଗୀ ଥାନା ଅଧିନସ୍ଥ ଜରିପଡା ଡିଗିରି ସାହିର ଜିତେନ୍ଦ୍ର ବେହେରା ଓ ସୁକାନ୍ତ ବେହେରାଙ୍କୁ ଗିରଫ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଏହି ସବୁ ଘଟଣାରେ ଚାନ୍ଦପୁର ପୋଲିସ ଚଳିତ ମାସ ୬ ତାରିଖ ଠାରୁ ଆଜିି ସୁଦ୍ଧା ଥାନା ମୋକବ୍ଦମା ନମ୍ବର ୭୧,୭୨ ଓ ୮୨ ରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୭୯,୪୧୧,୪୨୦ ଇସି ଆକ୍ଟରେ ମୋକବ୍ଦମା କରାଯାଇଥିବା ଓ ଆଜି ଗିରଫ ହୋଇଥିବା ଦୁଇ ଜଣଙ୍କୁ ମିଶାଇ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛିା

About The Author: The Sakala